ଥାନାରେ ଆଉ ଏକ ମାମଲା ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ଥାନାରେ ପୁଣି ଏକ ମାମଲା ରୁଜୁ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏଥର ସୋସିଆଲ୍‌ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ଓ କୁମନ୍ତବ୍ୟକୁ ନେଇ ପୁରୀଘାଟ ଥାନାରେ  ଅଭିଯୋଗ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ସୋସିଆଲ ମିଡିଆରେ ବର୍ଷାଙ୍କୁ ଅଶାଳୀନ ମନ୍ତବ୍ୟ ସହ ଗାଳିଗୁଲଜ କରାଯାଉଥିବା ଥାନାରେ ଅଭିଯୋଗ କରିଛନ୍ତି ବର୍ଷା। ଏନେଇ ତାଙ୍କ ସଂପର୍କିତ ଦିଆଯାଇଥିବା ମନ୍ତବ୍ୟର ସ୍କ୍ରିନ୍ ସଟ୍‌ଗୁଡ଼ିକୁ ମଧ୍ୟ ଥାନାରେ ଦାଖଲ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବର୍ଷା ଥାନାରେ ଅଭିଯୋଗ କରିଛନ୍ତି।

 

You might also like