ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଆ ଅଭିନେତା ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍‌ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି।

କରୋନାରେ ସଂକ୍ରମିତ ହୋଇଥିବାରୁ ସେ ଏବେ ହୋମ୍‌ ଆଇସୋଲେସନରେ ଅଛନ୍ତି। ସମସ୍ତେ ସତର୍କ ରହିବା ସହ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ‌ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଶ୍ରୀତମ କହିଛନ୍ତି।

ବର୍ତ୍ତମାନ ପାଇଁ ସେ ଶୁଟିଂ କାର୍ଯ୍ୟ ବନ୍ଦ ରଖିବା ସହ କୌଣସି ସାମାଜିକ ସମାବେଶରେ ଯୋଗଦେବେ ନାହିଁ ବୋଲି ସେ କହିଛନ୍ତି।

You might also like