ଅଭିନେତା ସବ୍ୟସାଚୀଙ୍କ ବଦାନ୍ୟତା; ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ପଠାଇଲେ ବସ୍‌

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା। ଲକ୍‌ଡାଉନ୍‌ ଯୋଗୁ ରାଜସ୍ଥାନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିଛନ୍ତି ସବ୍ୟସାଚୀ। ଏଥିପାଇଁ ସେ ଦୁଇଟି ବସ୍‌ର ବ୍ୟବସ୍ଥା କରିଥିଲେ।

ଗୋଟିଏ ବସ୍ ଭୁବନେଶ୍ୱରରୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ ଛାତ୍ରଛାତ୍ରୀଙ୍କୁ ଆଣି ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳରେ ଛାଡ଼ିଥିଲେ।

ସୂଚନାଥାଉ କି, କିଛି ଦିନ ତଳେ ସବ୍ୟସାଚୀଙ୍କୁ ଟ୍ୱିଟର ଯୋଗେ ରାଜସ୍ଥାନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଆଉ ଏହାପରେ ସବ୍ୟସାଚୀ ନିଜ ଖର୍ଚ୍ଚରେ ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ।

You might also like