ଲକ୍‌ଡାଉନ୍‌ ଆଣିଥିଲା ବିରହ ଦୁଃଖ, ମିଳନର ସେତୁ ସାଜିଲେ ସବ୍ୟସାଚୀ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ ଥିବା ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ପୁଣି ଏବେ ଚର୍ଚ୍ଚାରେ। ଲକ୍‌ଡାଉନ୍‌ କଟକଣା ଯୋଗୁ ପରସ୍ପର ଠାରୁ ବହୁ ଦୂରରେ ଥିବା ବୟସ୍କ ଦମ୍ପତିଙ୍କୁ ଏକାଠି କରି ଶ୍ରଦ୍ଧା ଓ ଭଲ ପାଇବା ସାଉଁଟିଛନ୍ତି ସବ୍ୟସାଚୀ।

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବେଲଦା ଗାଁର ୮୨ ବର୍ଷୀୟ ଜଗବନ୍ଧୁ ସାହୁ ଏବଂ ତାଙ୍କ ପତ୍ନୀ ୭୬ ବର୍ଷୀୟ ଗୌରୀ ସାହୁ ଲକ୍‌ଡାଉନ୍‌ କଟକଣା ଯୋଗୁ ପରସ୍ପର ଠାରୁ ବହୁ ଦୂରରେ ଥିଲେ।  ଲକ୍‌ଡାଉନ୍ ପୂର୍ବରୁ ଗୌରୀ ଗୁଜରାଟରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କିନ୍ତୁ ଲକ୍‌ଡାଉନ୍ କଟକଣା ଯୋଗୁ ସେଠାରୁ ସେ ଆଉ ଫେରି ପାରି ନ ଥିଲେ। ଏପରିକି ଜଗବନ୍ଧୁ ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବହୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସେ ସଫଳ ହୋଇ ନ ଥିଲେ।

ଦୀର୍ଘ ୪ ମାସର ପ୍ରୟାସ ପରେ ଶେଷରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ନିଜ ଦୁଃଖ ଜଣାଇଥିଲେ ଜଗବନ୍ଧୁ ଓ ତାଙ୍କ ପୁଅ ସବ୍ୟ। ଏହାପରେ ଗୌରୀଙ୍କୁ ଗୁଜରାଟରୁ ଫେରାଇ ଆଣିବା ଲାଗି ସବ୍ୟସାଚୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏକ ସ୍ୱତନ୍ତ୍ର ବସ୍‌ରେ ଗୌରୀଙ୍କୁ ସୁରତରୁ ସୋରକୁ ଫେରାଇ ଆଣିଥିଲେ ସବ୍ୟସାଚୀ।

କଥାରେ ଅଛି ପ୍ରେମ ଆଗରେ ସବୁକିଛି ହାର୍‌ ମାନିଥାଏ। ଯାହାର ଉଦାହରଣ ଏହି ଘଟଣାରୁ ଦେଖିବାକୁ ମିଳିଛି।

ସୂଚନାଥାଉ କି, କରୋନା ମହାମାରୀ ସମୟରେ ଓଡ଼ିଶା ଓ ଓଡ଼ିଶା ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ହେଉ କିମ୍ବା ଅସହାୟଙ୍କୁ ସାହାଯ୍ୟ କରି ସବ୍ୟସାଚୀ ପ୍ରଶଂସାର ପାତ୍ର ହୋଇଥିଲେ।ବିପଦ ବେଳର ବନ୍ଧୁ ସାଜି ସବ୍ୟସାଚୀ ଅନେକଙ୍କ ମୁହଁରେ ହସ ଫୁଟାଇଛନ୍ତି।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like