• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କରୋନା ମୁକାବିଲା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସର୍ବସାଧାରଣ ସ୍ଥାନରେ ଅଧିକ ଜନସମାଗମ ନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଧିକ ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି।

ଆଜିିଠାରୁ ଟ୍ୱିନ୍‌ସିଟିରେ ଅଡ୍‌-ଇଭିନ୍(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ ହୋଇଛି। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି।

ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମକୁ ଧରାଯିବ। ଯେପରି ୨, ୪, ୬, ୮ ଏବଂ ଶୂନ ହେଲେ ଯୁଗ୍ମ, ସେହିପରି ୧, ୩, ୫, ୭ ଏବଂ ୯ ନମ୍ବର ଥିଲେ ଅଯୁଗ୍ମ ଆଧାରରେ ଗଣାଯିବ। ତେବେ ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି। ଆଜି ଟ୍ୱିନ୍‌ସିଟିରେ ଅଡ୍‌ ନମ୍ବରର ଗାଡ଼ି ଚାଲୁଥିବାବେଳେ ଆସନ୍ତାକାଲି ଇଭିନ୍‌ ନମ୍ବର ଗାଡ଼ି ଚାଲିବ।

ଯେପରିକି, ବସ୍, ଟାକ୍ସି, ଅଟୋ ପାଇଁ କେବଳ ଅଡ-ଇଭିନ୍‌ ଫର୍ମାଟ୍ ଲାଗୁ ହେବ।  ତେବେ ପ୍ରାଇଭେଟ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ଏହାସହ ସରକାରୀ, ଭଡ଼ା ଗାଡ଼ି ଓ ଜରୁରୀକାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିିଁ। ସେହିପରି ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ମଧ୍ୟ ଏହା ଲାଗୁ ହେବନାହିଁ।

ଟ୍ରାଫିକ୍ ଡିସିପି ସାଗରିକା ନାଥ ସ୍ପଷ୍ଟ କରିଛନ୍ତି ଯେ, ଅଡ୍-ଇଭିନ୍ ଫର୍ମୁଲା ଦ୍ୱାରା କଟକ ଓ ଭୁବନେଶ୍ୱରରେ ଚାଲୁଥିବା ଟ୍ୟାକ୍ସି ଏବଂ ଅଟୋକୁ ନିୟନ୍ତ୍ରଣ କରାଯାଇଛି। ଯଦ୍ୱାରା ଏହି ଗାଡ଼ି ଗୁଡିକ ଦିନେ ଛାଡ଼ି ଦିନେ ଚଳାଚଳ କରିବ। ତେବେ ଭୁବନେଶ୍ୱର ଓ କଟକ ଦେଇ ଯାଉଥିବା ଟ୍ରକ୍ ଏବଂ ବସ୍‌ ଗୁଡିକ ପାଇଁ କୌଣସି କଟକଣା ଜାରି କରାଯାଇ ନାହିଁ ବୋଲି ସେ ଟ୍ୱିଟ୍‌ କରି ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି ହୋଇଛି। ବସ୍‌ରେ ନିର୍ଦ୍ଧାରିତ ସଂଖ୍ୟାର ଅଧା ଯାତ୍ରୀଙ୍କୁ ନେବା ଲାଗି ନିର୍ଦ୍ଦେଶ ରହିଛି। ସେହିପରି ଅଟୋରେ ୨ଜଣ ଓ ବାଇକ୍‌ରେ ମାତ୍ର ଜଣେ ଆରୋହୀ ଯିବାକୁ ନିର୍ଦ୍ଦେଶ ରହିଛି।

Odd-even-formula-implements-in-twincity-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories