• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର(ଜଗଦୀଶ ଦାସ୍‌): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନାଁକୁ କଦର୍ଥ କରି ଅଶାଳୀନ ଭାଷାରେ ଲେଖାଯାଇଥିବା ଗୁଗଲରେ ଆସୁଛି। ବିରୋଧୀ ଦଳ ନେତା ଏହାକୁ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ cyber ଥାନାରେ ଅଭିଯୋଗ କରିବା ସହ DGଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

ସେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ରାଜନୀତିକୁ ନେଇ କିଏ କାହାକୁ ନିନ୍ଦା କରିଥାଏ। ହେଲେ  ଶତ୍ରୁତାକୁ ନେଇ କେହି କହି ନ ଥାନ୍ତି ।  ଗଣତନ୍ତ୍ରର ସୁଶାସନ ପାଇଁ, ଗଣତନ୍ତ୍ରର ସୁବ୍ୟବସ୍ଥା, ସୁପରିଚାଳନା ପାଇଁ କୁହାଯାଇଥାଏ। ପ୍ରକୃତ ଲୋକଙ୍କ ପାଖରେ ଅଧିକାର ପହଞ୍ଚିବା ପାଇଁ ବିରୋଧୀ ଦଳ ନେତା କିଛି କହିଥାନ୍ତି। ମୁଁ ବ୍ୟକ୍ତିଗତ ଭାବେ କାହାକୁ କେବେ କହେନାହିଁ।  ବୋଧହୁଏ ମୋ କଥା କାହାକୁ ବାଧିଲା ଯେଉଁଥିପାଇଁ କେହି ଏପରି ଲେଖିଛନ୍ତି।’

ସେ କହିଛନ୍ତି, ‘ଏହାକୁ ନେଇ ମୁଁ କଷ୍ଟ ଅନୁଭବ କରୁନାହିଁ। କିନ୍ତୁ ରାଜନୀତି କ୍ଷେତ୍ରରେ ଏପରି ଅସଭ୍ୟ ଭାଷାରେ  କେହି କାହାକୁ କହିବା ବା ଲେଖିବା ଉଚିତ ନୁହେଁ। କେହି ଅସଭ୍ୟ ଲୋକ ଏପରି କରିଛି। ତେବେ ଭବିଷ୍ୟତରେ କୌଣସି ନେତାଙ୍କୁ କେହି ଯେପରି ଏମିତି କହିବେ ନାହିଁ ତା’ର ବ୍ୟବସ୍ଥା କରିବା ପାଇଁ ମୁଁ ଦାବି କରିବ” ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାୟକ।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ। ନବୀନଙ୍କ ଗସ୍ତକୁ ସରକାରୀ ଅର୍ଥର ଅପବ୍ୟବହାର ବୋଲି କହି ଥିଲେ ପ୍ରଦୀପ୍ତ ନାଏକ। ସେ ଅଭିଯୋଗ କରିଥିଲେ, ବିଜେପିର ନିର୍ବାଚିତ ଜନପ୍ରତିନିଧିଙ୍କୁ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି।’

ଏପରକି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। ମୁଖ୍ୟମନ୍ତ୍ରୀଙ୍କ ସଭାରେ ତାଙ୍କ ବସିବା ପାଇଁ ଅଲଗା ମଞ୍ଚ ବ୍ୟବସ୍ଥା ହୋଇଥିବାରୁ ଏ ନେଇ ପ୍ରଶ୍ନ ଉଠାଇଛନ୍ତି।  ସେହିପରି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ପ୍ରଦୀପ୍ତ ଆପତ୍ତି ଉଠାଇବା ସହ କାର୍ଯ୍ୟକ୍ରମ ଲାଗି କେଉଁଠୁ ଏତେ ଟଙ୍କା ଆସିଲା ବୋଲି ପ୍ରଶ୍ନ କରିଥିଲେ । ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଭଳି କରୁଥିବା ବି ଅଭିଯୋଗ କରିଛନ୍ତି ପ୍ରଦୀପ୍ତ।

https://youtu.be/03txRbQbE60

 

Obscene-words-used-against-opposition-leader-in-google
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories