ଆରମ୍ଭ ହେଲା ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ତଦନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।  NHRCଙ୍କ ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯାଉଛି ବୋଲି ପଶ୍ଚିମାଞ୍ଚଳ DIG କବିତା ଜଲାନ କହିଛନ୍ତି।

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଥିବାରୁ ପୋଲିସ୍ ଫୋର୍ସ ସଂଖ୍ୟା ବଢ଼ାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନହେବ ସେ ନେଇ ପୋଲିସ୍ ସଜାଗ ରହିଛି।

ଗତକାଲି ତାରିକ୍ ସଲିମ୍ ନାମକ ଜଣେ ବ୍ୟକ୍ତିଙ୍କର ପୋଲିସ୍ ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୋଷ୍ଟମର୍ଟମ ପରେ ଜିଲ୍ଲା ପ୍ରଶାସନ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା।

ତେବେ ହାଜତ ମୃତ୍ୟୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଏସ୍ପି। ସେ କହିଛନ୍ତି ଯେ କିଛି ଦିନ ତଳେ କ୍ରସର ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ତାରିକ୍ ସଲିମଙ୍କୁ ବୀରମିତ୍ରପୁର ପୋଲିସ ଉଠାଇ ଆଣିଥିଲା। ତେବେ ସେ ଅସୁସ୍ଥ ହେବାରୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ RGHକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like