ନୟାଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ଲାଞ୍ଚ ନଦେଲେ ମର କି ବଞ୍ଚ ଯାଏ ଆସେ ନାହିଁ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ବିନା ଲାଞ୍ଚରେ ଏଠି ସେବା ମିଳୁନାହିଁ। ରୋଗୀ କଷ୍ଟ ପାଉ କି ମରିଯାଉ, ସେ କଥାକୁ କାହାରି ଭ୍ରୁକ୍ଷେପ ନାହିଁ। ହାତଗୁଞ୍ଜା ନ ଦେଲେ ନର୍ସ ସେବା କରୁନାହାନ୍ତି।

ଶୋସାଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ, ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବା ଲାଗି ନର୍ସ ଟଙ୍କା ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମାତୃ ଶିଶୁଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଡାକ୍ତରଖାନା ଓ ସହାୟତା ରାଶି ଦେଉଥିବାବେଳେ କାର୍ଯ୍ୟରତ ନର୍ସ ଜବରଦସ୍ତ ଟଙ୍କା ମାଗୁଛନ୍ତି।

ଶରଣକୂଳ ଥାନା ସୋଲାପଟଗାଁର କମେଶ୍ୱର ଆଚାରିଙ୍କ ସ୍ତ୍ରୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ୫ ହଜାର ଟଙ୍କା ନେଇ ତାଙ୍କର ଅସ୍ତ୍ରପଚାର କରାଯାଇଥିଲା। ପରେ ଷ୍ଟିଚ୍ ଖୋଲିବା ଲାଗି ନର୍ସ ୨୦୦ ଟଙ୍କା ଦେବାକୁ କହିଥିଲେ। ନର୍ସଙ୍କ ବ୍ୟବହାରରେ ଅତିଷ୍ଠହୋଇଥିବା କମେଶ୍ୱର ଏହାର ଭିଡିଓ କରିଥିଲେ। ସେପଟେ ଘଟଣାର ସତ୍ୟାସତ୍ୟ ରହିଛି ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଡିଏମ୍ଓ କହିଛନ୍ତି।

 

You might also like