ନର୍ସ ନିହାରିକାଙ୍କ ହତ୍ୟାକାରୀ ଦଳକୁ ଗିରଫ୍‌ କରିବା ସହ ‍କ୍ଷତିପୂରଣ ଦାବି

କଟକ: ନର୍ସ ନିହାରିକା ହତ୍ୟା ପଛରେ କେବଳ ତାଙ୍କ ବୟଫ୍ରେଣ୍ଡ ରାଜା ନୁହଁନ୍ତି, ରାଜାର ବନ୍ଧୁ ତଥା ଆଉ କିଛି ସହଯୋଗୀ ମିଶି ତାଙ୍କୁ ହତ୍ୟା କରିଛନ୍ତି। ଏଭଳି ଆଶଙ୍କା କରି ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିହାରିକାଙ୍କ ପରିବାର ଲୋକେ।

ନିହାରିକାଙ୍କୁ ହତ୍ୟା ପଛରେ ଗୋଟିଏ ଗ୍ୟାଙ୍ଗ ରହିଛି। ଏହି ଗ୍ୟାଙ୍ଗକୁ ଗିରଫ ପାଇଁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏବଂ ନିହାରିକାଙ୍କ ବାପା ମାଆ ରାଜ୍ୟ ମାନବଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଫାଇଲ୍ କରିଛନ୍ତି।  ଏଥି ସହ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ମଧ୍ୟ ଦାବି କରିଛନ୍ତି।

You might also like