ନିହାରିକା ମର୍ଡର ମିଷ୍ଟ୍ରି: ଧରା ପଡ଼ିଲା ବୟଫ୍ରେଣ୍ଡ୍‌

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବୟଫ୍ରେଣ୍ଡ କିଶୋର ଆଞ୍ଚଲ ଓରଫ୍ ରାଜା ପୁଲିସ୍‌ ହାତରେ ଧରା ପଡ଼ିଛି।  କିଛି ଦିନର ଲୁଚକାଳି ପରେ  ନିଜେ  ପୁଲିସ୍‌ ହାତରେ ଧରା ଦେଇଛି ରାଜା। ଆଜି ପୁଲିସ୍‌  ନିକଟକୁ ଆସି ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ଅପରପକ୍ଷେ ମୃତଦେହର ସଠିକ୍‌ ଚିହ୍ନଟ ଲାଗି  ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ  ଆଜି କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପାମା’ଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଗତ ୮ ତାରିଖରୁ ନର୍ସ ନିହାରିକା ନିଖୋଜ ଥିଲେ। ଏହାର କିଛି ଦିନ ପରେ ରହସ୍ୟଜନକ ଭାବେ ବିଲୁଆଖାଇ ନଦୀ ପଠାରୁ ତାଙ୍କ ମୃତଦେହ ମିଳିଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା।

ନିହାରିକା ଚାକିରି କରୁଥିବା କଟକର ଏକ ନର୍ସିଂହୋମ୍‌ରୁ ରାଜା ସହ ଗତ ୮ ତାରିଖରେ କେଉଁଆଡେ ଯାଇଥିଲେ ତାହା ଜଣାପଡ଼ିନାହିଁ। ତା’ପରଠୁ ନିଖୋଜ ହୋଇ ଯାଇଥିଲା ରାଜା। ପୁଲିସ୍‌ ରାଜା ଉପରେ ସନ୍ଦେହ କରି ଖୋଳତାଡ଼ ଜାରି ରଖିଥିବା ବେଳେ ଆଜି ପୁଲିସ୍‌ ହାତରେ ସେ ଆପେ ଆପେ ଧରା ଦେଇଛି।

ପୁଲିସ୍‌ ପଚରାଉଚରା ପରେ ନିହାରିକା ମୃତ୍ୟୁ ପଛର ଗୁମର ଖୋଲିବ ବୋଲି ଆଲୋଚନା ହେଉଛି। ବିରିଡି ସ୍ଥିତ ନିଜ ମାମୁଁ ଘରକୁ ଯିବା ଆସିବା ଭିତରେ ନିହାରିକା ଏବଂ ରାଜାଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ। କୁହାଯାଉଛି ଉଭୟେ ପରସ୍ପରକୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

ଆହୁରି ପଢ଼ନ୍ତୁ

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like