• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ନର୍ସ ନିହାରିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଅଞ୍ଚଳ। ରାଜାକୁ ଗତକାଲି ଆଳିପିଙ୍ଗଳ ସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।

ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍‌ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନିହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ ପୂରାଇ ନିଜ ବାଇକ୍‌ରେ ଆଣି ବିଲୁଆଖାଇ ନଦୀରେ ପକାଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିବା ଜଗତସିଂହପୁର ଏସ୍‌ପି ଆର ପ୍ରକାଶ ସୂଚନା ଦେଇଛନ୍ତି।

ନିହାରିକାକୁ କିପରି ମାରିଲା ସେ ସମ୍ପର୍କରେ ଯଦିଓ ରାଜା ସ୍ପଷ୍ଟ ଭାବେ କିଛି କହି ନାହିଁ ତେବେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ତେବେ ଡିଏନଏ ଓ ଭିସାରା ରିପୋର୍ଟ ଆସିବା ପରେ ରାଜକୁ ଆଉଥରେ ରିମାଣ୍ଡରେ ନିଆ ଯାଇପାରେ ବୋଲି ମଧ୍ୟ ଜଗତସିଂହପୁର ଏସ୍‌ପି କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ସୂଚନା ଦେଇ କହିଥିଲେ, ‘ରାଜାକୁ ବିବାହ କରିବାକୁ ନିହାରିକା ଅମଙ୍ଗ ଥିଲେ। କାରଣ ନିହାରିକା ଏକ ପ୍ରାଇଭେଟ୍‌ ନର୍ସିଂହୋମ୍‌ରେ ନର୍ସ ଚାକିରି କରୁଥିବା ବେଳେ ରାଜା ବେକାର ଥିଲା। ଏଣୁ ନିହାରିକା ବିବାହ କରିବାକୁ ମନା କରିବାରୁ ଏଥିରେ କ୍ଷୁବ୍ଧ ହୋଇ ରାଜା ନିହାରିକାଙ୍କୁ ସବୁଦିନ ପାଇଁ ଶେଷ କରିଦେବାକୁ ପ୍ଲାନ୍‌ କରିଥିଲା। ଯୋଜନା ମୁତାବକ ଗତ ୮ ତାରିଖ ୪ଟା ୫୦ ମିନିଟ୍‌ରେ ରାଜା, ନିହାରିକାଙ୍କୁ ଫୋନ୍‌ କରି ନର୍ସିଂହୋମ୍ ବାହାରକୁ ଆସିବାକୁ କହିଥିଲା। ନିହାରିକା ଆସିବା ପରେ ତାଙ୍କୁ ମୋଟରସାଇକେଲରେ ବସାଇକ କଟକ ଚାଉଳିଆଗଞ୍ଜ ସ୍ଥିତ ନିଜର ଜଣେ ସାଙ୍ଗର ଏକ ଭଡ଼ା ଘରକୁ ନେଇ ଆସିଥିଲା। ପରେ ରାତି ୭ଟାରୁ ୮ଟା ଭିତରେ ରାଜା, ନିହାରିକାଙ୍କୁ ତଣ୍ଟିଚିପି ହତ୍ୟା କରି ତାଙ୍କ ମୃତଦେହକୁ ଏକ ଅଖାରେ ପୂରାଇ ରଖିଥିଲା।  ଆଉ ରାତିରେ ସାଙ୍ଗ ସହ ମିଶି ମୋଟର ସାଇକେଲରେ କେନାଲବନ୍ଧ ରାସ୍ତା ଦେଇ ବିରିଡ଼ି ଅଭିମୁଖେ ଯାଇଥିଲା। ଆଉ ସେଠି ମୃତଦେହକୁ ବିଲୁଆଖାଇ ନଈପଠାରେ ଫିଙ୍ଗିଦେଇ ଫେରି ଆସିଥିଲା। ହତ୍ୟା ନେଇ ରାଜା ବିରୋଧରେ ପ୍ରମାଣ ରହିଛି। ସିସିଟିଭି ଭିଜୁଆଲ୍, ଫୋନ୍‌ କଲ, ଫୋରେନସିକ୍ ଯାଞ୍ଚ ଓ ଅଭିଯୁକ୍ତର ସ୍ୱୀକାରୋକ୍ତିରୁ ରାଜା ହିଁ ହତ୍ୟାକାରୀ।”

ଏହି ଘଟଣା ପରେ ରାଜା ଫେରାର ଥିଲା।

ସୂଚନାଯୋଗ୍ୟ, ନିହାରିକା ୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ୯ ତାରିଖରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ୧୭ ତାରିଖରେ ବିଲୁଆ ଖାଇ ନଦୀରୁ ତାଙ୍କ ଗଳିତ ମୃତଦେହ ବିରିଡ଼ି ଥାନା ପୁଲିସ ଜବତ କରିଥିଲା। ଏହା ଜଣାପଡ଼ିବା ପରେ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଥିଲା।

ଗତ ୨୦ ତାରିଖରେ ରାଜା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ୍‌ ତାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିଲା।

Nurse-niharika-murder-case-accused-raja-sent-to-jail-after-end-of-remamand
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories