ନିଆଳି: ଡ୍ୟୁଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରୀ ଭୁସି ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳିରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ନର୍ସଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟିକା ଦେବାକୁ ଯାଇଥିଲେ। ଟିକା ଦାନ କାର୍ଯ୍ୟ ଚାଲି ଥିବାବେଳେ ହଠାତ୍ ନର୍ସଙ୍କ ସ୍ୱାମୀ ସେଠାରେ ଯାଇ ପହଞ୍ଚିଥିଲେ। ଏହାପରେ ନର୍ସଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନର୍ସଙ୍କ ମୃତ୍ୟୁ ଘଟିଥିଲା।
ଅଭିଯୁକ୍ତ ନର୍ସଙ୍କ ସ୍ୱାମୀଙ୍କୁ କାବୁ କରି ଲୋକମାନେ ପୁଲିସ୍ ଜିମା ଦେଇଛନ୍ତି।
ସୂଚନାଥାଉ କି, ସଂପୃକ୍ତ ନର୍ସ ଜଣକ ମହିଧରପଡ଼ା ମେଡିକାଲରେ କାର୍ଯ୍ୟରତ ଥିଲେ।