• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୂଆପଡା(ମାୟାଧର ସରାଫ): ବିଦ୍ୟୁତ କାଟ‌୍‍ ଏବଂ ପ୍ରବଳ ଖରା ଯୋଗୁଁ ଜମି ଫାଟି ଆଁ କଲାଣି। ଚାଷୀ ଆଶା କରି ଥିଲେ ରବି ଧାନ ଚାଷ କରି ପରିବାର ଚଳାଇବେ, କିନ୍ତୁ ବିଲ‌୍‍ ପୈଠ କରି ନ ଥିବାରୁ ବିଦ୍ୟୁତ‌୍‍ କାଟି ଦେବାରୁ ଆଖି ସାମନାରେ ମରି ଯାଉଛି ଆଶାର ଫସଲ। ଫସଲକୁ ବଂଚାଇବା ପାଇଁ ଚାଷୀ ବାଲଟି ବାଲଟି ପାଣି ସିଂଚନ କରୁଛି, ହେଲେ ଏକର ଏକର ଫସଲକୁ ରକ୍ଷା କରି ପାରୁନାହିଁ ଏହି ବାଲଟ୍ ପାଣି। ବିଲ ପୈଠ କଲେ ପୁଣି ବିଦ୍ୟୁତ ଚାର୍ଜ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି ନୂଆପଡା ଜିଲ୍ଲା କୋମନା ବ୍ଲକରେ। ତରବୋଡ ଗାଁର ଓମପ୍ରକାଶ ପ୍ରଧାନ ନିଜର ୫ ଏକର ଜମିରେ ରବି ଧାନ ଚାଷ କରି ଥିଲେ। ଧାର କରଜ କରି ଧାନ ଚାଷ କରିଥିଲେ। କ୍ଷେତରେ ଥିବା ବୋରିଂର ଟ୍ରାନ୍ସଫରମର ଗତ ଦଶହରାରେ ପୋଡି ଯାଇ ଥିଲା। ଏହାକୁ ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ସେମାନେ କହିଲେ ଧାନ ଚାଷ କର ଟ୍ରାନ୍ସଫରମର ଲଗାଇ ଦେବୁ। ତାଙ୍କ ଆଶାରେ ଚାଷ କଲେ , କିନ୍ତୁ ମଣ୍ଡିରେ ଅନେକ ଦିନ ଧାନ ପଡି ରହିବାରୁ ବିଲ ପୈଠ କରି ପାରି ନ ଥିଲେ। ଶେଷରେ ବିଭାଗ ବିଦ୍ୟୁତ ସଂଯୋଗ ଆଉ ଦେଲେ ନାହିଁ ବିଦ୍ୟୁତ୍‌ କର୍ମଚାରୀ। ଫଳରେ ଏବେ ଧାନ ଗଛ ସବୁ ମରିବାକୁ ବସିଲାଣି। କେବଳ ଓମପ୍ରକାଶ ନୁହନ୍ତି ତାଙ୍କ ସହ ଅନ୍ୟ ୩ ଜଣଙ୍କ ଅବସ୍ଥା ବି ଠିକ ଏକା ପରି। ତେବେ ଭଗବାନଙ୍କ ଭରସାରେ ଏବେ ଚାଷୀ ଭାଇ।

ତରବୋଡର ୩ ଜଣ ଚାଷୀ ଅନେକ ଆଶା ନେଇ ରବି ଧାନ ଚାଷ କରି ଥିଲେ। ଧାନ ବି ଭଲ ହୋଇ ଥିଲା। କିନ୍ତୁ ଠିକ ସମୟରେ ବିଦ୍ୟୁତ ବିଲ‌୍‍ ପୈଠକୁ ଆଳ କରି ବିଦ୍ୟୁତ ବିଭାଗ ବିଜୁଳି କାଟି ଦେବାରୁ ଧାନ ଗଛ ସବୁ ମରି ଯାଉଛି। ଜମି ଫାଟି ଆଁ କଲାଣି। ଏବେ ଜଳ ସେଚନର ବ୍ୟବସ୍ଥା ହୋଇ ନ ପାରିଲେ, ଧାନ ଗଛ ସବୁ ଖରାରେ ପୋଡି ଯିବ। ସେପଟେ ବିଭାଗର ନିବାର୍ହୀ ଯନ୍ତ୍ରୀ  କହୁଛନ୍ତି, ତାଙ୍କ ବିଲ‌୍‍ ବାକି ଅଛି,ବିଲ‌୍‍ ପୈଠ କଲେ ବିଦ୍ୟୁତ ସଂଯୋଗ ଦିଆଯିବ। ବିଦ୍ୟୁତ ବିଲ‌୍‍ ପୈଠ କରି ପାରିଲେନି ବୋଲି, ବିଦ୍ୟୁତ ସଂଯୋଗ ବିଛିନ୍ନ କରା ଗଲା। ଏବେ ଆଖି ସାମନାରେ ମରି ଯାଉଛି ଆଶାର ଫସଲ।

Nuapada-farmer-peoblems
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories