ରାତି ପାହିଲେ ନୂଆଁଖାଇ

ପାହୁର ଯାତ୍ରାକୁ ନେଇ ଉତ୍ସାହ

ଭୁବନେଶ୍ୱର : ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୀଠ, ମନ୍ଦିର, ଘର, ଦ୍ୱାର ସବୁଠି ସରିଛି ସଜବାଜ। ଜମିବ ଖିଅାପିଅା, ନାଚଗୀତରେ ଦୁଲୁକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବାବେଳେ ଅପେକ୍ଷା ନିର୍ଦ୍ଧାରଣ ହୋଇଥିବା ଅାସନ୍ତାକାଲିର ସେହି ଶୁଭ ମୂହୁର୍ତ୍ତକୁ।

ଘରେ ଘରେ ପ୍ରସ୍ତୁତି ଚାଲିଥିବା ବେଳେ ଦୂରରେ ଥିବା ଲୋକେ ଘରେ ଅାସି ପହଂଚିବାରେ ଲାଗିଛନ୍ତି।  ସେପଟେ ଜୁହାର ଭେଟ୍ ଲାଗି ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। ସେପଟେ ଭିନ୍ନ ଏକ ପରମ୍ପରା ପାହୁର ଯାତ୍ରା। ନୂଆଁଖାଇ ପୂର୍ବ ଦିନ ଏହି ନିଅାରା ପରମ୍ପରା ପାଳନ କରାଯାଇଥାଏ।

ନୂଆଁଖାଇ ପାଇଁ ଅାବଶ୍ୟକ ସମସ୍ତ ଜିନିଷ ପତ୍ର ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସବୁ ଦେବାଦେବୀଙ୍କ ମନ୍ଦିରକୁ ନିଅାଯାଇଥାଏ। ଏହାକୁ କହନ୍ତି ପାହୁର ଯାତ୍ରା।

You might also like