ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ୱଲପୁର : ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ଲଗ୍ନ ଅର୍ଥାତ୍ ସକାଳ ୧୦ଟା ୫ ମିନିଟ୍‌ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ।

ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମାଆ ସମଲେଶ୍ୱରୀଙ୍କୁ ନବାହ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ନବାନ୍ନ ଅର୍ପଣ କରାଯାଇଥିଲା। ଏହା ପରେ ଘରେ ଘରେ ଲୋକମାନେ ସେମାନଙ୍କ ଇଷ୍ଟ ଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି କରି ନୂଆଁ ଖାଇଥିଲେ।

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରତିଟି ଘରେ ଘରେ ଆଜି ଉତ୍ସବର ମାହୋଲ। ପିଠା ପଣାରେ ମହକୁଛି ପରିବେଶ। ପରିବାର ସଦସ୍ୟମାନେ ଏକାଠି ବସି ନୂଆଁ ଖାଉଛନ୍ତି। ଏହା ପରେ ଜୁହାର ଭେଟ୍ କାର୍ଯ୍ୟକ୍ରମ ଅର୍ଥାତ୍ ପରିବାରର ବଡ଼ ମାନଙ୍କୁ ପ୍ରଣାମ କରି ଆଶିର୍ବାଦ ନେଉଛନ୍ତି କନିଷ୍ଠ। ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ଓ ପାଟଣେଶ୍ୱରୀ ଏବଂ ସୋନପୁରର ସୁରେଶ୍ୱରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାହ୍ନ ଲାଗି ହୋଇଛି। ଏଥିସହ ସୁନ୍ଦରଗଡ଼, ବରଗଡ଼ ଆଦି ଜିଲ୍ଲାବାସୀ ମଧ୍ୟ ବେଶ୍ ଉଲ୍ଲାସର ସହ ନୂଆଁଖାଇ ପାଳନ କରୁଛନ୍ତି।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like