‘ସତ କହିଲି ବୋଲି ସସ୍‌ପେଣ୍ଡ୍‌ କରିଦେଲେ’

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ଆଜି କଂଗ୍ରେସ ଭବନ ପରିସରରେ ଚାଲିଥିଲା। ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

କଂଗ୍ରେସ ଭବନରେ ଦୁର୍ବ୍ୟବହାର ପ୍ରତିବାଦରେ ସମର୍ଥକଙ୍କ ସହ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଧାରଣାରେ ବସିବା ସହ ନାରାବାଜି କରିଛନ୍ତି। ଭିତରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ କେନ୍ଦ୍ର ନେତୃବୃନ୍ଦ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା ଜଣାପଡ଼ିଛି। 

ତେବେ ଇତିଶଙ୍କ ସମର୍ଥକ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି।

ଇତିଶ କହିଛନ୍ତି, ‘ଦୀର୍ଘ ୧୫ ବର୍ଷ ଧରି ଛାତ୍ର କଂଗ୍ରେସର କର୍ମକର୍ତ୍ତା ଭାବେ କାର୍ଯ୍ୟ କରିବା ସହ ଦଳ ପାଇଁ ଲଢ଼ିଛି ମଧ୍ୟ। ହେଲେ ଆଜି ସୁଚିନ୍ତିତ ଭାବେ ଯୋଜନା କରି ମୋତେ ସସ୍‌ପେଣ୍ଡ୍‌ କରାଗଲା। କାହିଁକି ନା ମୁଁ ସତ କହିଲି ବୋଲି।’

“ଯଦି ଦଳରେ ରହି ସତ କଥା କହିବା ଭୁଲ୍‌… ଯେତବେଳେ ନିଜ ଘରର ଶତ୍ରୁମାନେ ବିଜେଡି ନିକଟରେ ବିକ୍ରି ହୋଇଛନ୍ତି ସେମାନଙ୍କ ବିଷୟରେ ଯଦି କହିବା ଭୁଲ୍‌, ତା’ହେଲେ ମୋତେ  ବିନା କାରଣ ଦର୍ଶାଅ ନୋଟିସ୍‌ରେ କେମିତି ନିଲମ୍ବନ କରାଗଲା ? ବୋଲି ଇତିଶ ପ୍ରଶ୍ନ କରିଛନ୍ତି।

You might also like