• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କେନ୍ଦ୍ରାପଡ଼ା/ବାଲେଶ୍ୱର (ମନୋଜ ସ୍ୱାଇଁ/ରଶ୍ମିରଞ୍ଜନ ଦାସ) : ଆସାମ ପରେ ଓଡ଼ିଶାରେ କରାଯାଇପାରେ ନାଗରିକ ତାଲିକା(ଏନ୍‌ଆରସି)।  ଏଠି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସରକାରୀ ଭାବେ ୪ ହଜାର ଭିତରେ ସୀମିତ ଥିବା ବେଳେ ଏମାନଙ୍କ ସଂଖ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ଜାଲ୍‌ ନୋଟଠୁ ଆରମ୍ଭ କରି ନିଶା କାରବାର ପରି ଅପରାଧ ବଢୁଥିବାରୁ ଏମାନଙ୍କୁ ଚିହ୍ନଟ କରି ରାଜ୍ୟ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ବିରୋଧୀ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ପସ୍ତା ଗାଁ। ବାପ ଅଜା ଅମଳରୁ ଆସି ଏଠି ବସତି ସ୍ଥାପନ କରିଛନ୍ତି ଶହ ଶହ ବାଂଲାଦେଶୀ। ଏବେ ସମସ୍ତଙ୍କ ପାଖରେ ଅଛି ଭୋଟର କାର୍ଡ ଓ ଆଧାର କାର୍ଡ। ସେପଟେ ମହାକାଳପଡ଼ାର ରାମନଗର, ଜମ୍ବ, ଖରନାସୀ ବତୀଘର ଓ ରାଜନଗରର ପେଣ୍ଠ, ସାତଭାୟା ବଗପାଟିଆରେ ବଢୁଛି ବସ୍ତି ଏବଂ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା। ୨୦୦୫ ମସିହାରେ ଏଠି ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏପରିକି ସେମାନଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଥିଲା। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନି।

ଠିକ୍‌ ସେମିତି ଅବସ୍ଥା ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ବାଲେଶ୍ୱରର ସହରର ଅର୍ଡର ବଜାର, ପଶ୍ଚିମବଙ୍ଗ ସୀମାରେ ଥିବା ତାଳସାରୀ ଉଦୟପୁର, ବଳରାମଗଡ଼ି ଓ ପରଖିରରେ ଅନେକ ବାଂଲାଦେଶୀ ରହୁଛନ୍ତି।

ତେବେ କେନ୍ଦ୍ରାପଡ଼ାରେ ଏନଆର୍‌ସି ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାରଙ୍କ ପାଖରୁ ଅନୁମତି ପାଇଁ ଚିଠି ଲେଖିଥିଲା ଜଙ୍ଗଲ ଓ ପରିବେଶ ବିଭାଗ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଏ ବାବଦରେ ସରକାରଙ୍କ ପାଖରୁ କୌଣସି ସୂଚନା ଆସିନି। ଏପଟେ ଏବେ ଜନଗଣନା ଆରମ୍ଭ ହୋଇଥିବା ବେଳେ ଆସାମ ପରି ଓଡ଼ିଶାରେ ମଧ୍ୟ ଏନଆରସି ହୋଇପାରେ ବୋଲି କହିଛନ୍ତି ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରାଡ଼।

 

୨୦୧୫ ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୩ ୯୮୭। ହେଲେ କଂଗ୍ରେସର କହିବା କଥା ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ ଅଛନ୍ତି। ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଏବେ କରିଥିବା ସର୍ଭେ ଅନୁସାରେ ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ ଅଛନ୍ତି। ତେଣୁ ଆସାମ ପରି ଓଡ଼ିଶାରେ ମଧ୍ୟ ଏନଆର୍‌ସି ଲାଗୁ କରି ତୁରନ୍ତ ଅନୁପ୍ରବେଶକାରୀଙ୍କୁ ତଡ଼ିପାର ପାଇଁ ଦାବି କରିଛନ୍ତି ବିରୋଧୀ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, “ଏନ୍‌ଆରସି ସମଗ୍ର ଭାରତବର୍ଷରେ ଲାଗୁ ହେଉ। ଯଥାଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କୁ ପଠାଇ ଦିଆଯାଉ। ନବୀନବାବୁ ଏଥିରେ ସହଯୋଗ କରିବା ଉଚିତ।”

କଂଗ୍ରେସ ବିଧାୟକ ସୁରେଶ ରାଉତରାଏ କହିଛନ୍ତି, “ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ବାଂଲା ଅନୁପ୍ରବେଶକାରୀ ଅଛନ୍ତି। ସେମାନଙ୍କ ପାଇଁ ବ୍ରାଉନ୍‌ସୁଗାର ଓ ଜାଲ୍‌ ନୋଟ୍‌ କାରବାର ବୃଦ୍ଧି ପାଉଛି। ତେଣୁ ସେମାନଙ୍କୁ ଚିହ୍ନଟ କରି ଓଡ଼ିଶାରୁ ବାହାର କରିବାର ବ୍ୟବସ୍ଥା କରାଯାଉ।”

ଆସାମ ନାଗରିକ ପଞ୍ଜିକାରୁ ବାଦ ପଡିଥିବା ୧୯ ଲକ୍ଷ ଲୋକ ଅନ୍ୟ ରାଜ୍ୟ ମୁହାଁ ହୋଇପାରନ୍ତି। ବିଭିନ୍ନ ସମୟରେ ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ନେତାମାନେ ଅନୁପ୍ରବେଶକାରୀଙ୍କୁ ଭୋଟର ପରିଚୟପତ୍ର ଦେଇ ଥଇଥାନ କରୁଥିବାରୁ ଆସାମର ବିସ୍ଥାପିତ ଓଡ଼ିଶା ମୁହାଁ ହେବା ବି ଅସମ୍ଭବ ନୁହେଁ। ତେଣୁ ଏବେଠୁ ସତର୍କ ନହେଲେ ସ୍ଥିତି ସାଂଘାତିକ ହୋଇପାରେ।

Nrc-may-be-implement-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories