ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି କଲା ଜୋମାଟୋ

କଟକ: ଆଜିଠୁ ଜୋମାଟୋ କଟକରେ ମଦ ହୋମ୍‌ ଡେଲିଭରି ଆରମ୍ଭ କରିଛି। ଏହା ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ୍‌ ଡେଲିଭରି ଦେଉଥିବାବେଳେ ଏବେ ଜୋମାଟୋ ମଧ୍ୟ ହୋମ୍‌ ଡେଲିଭରି ଆରମ୍ଭ କରିଛି।

ସୂଚନାଥାଉ କି, ପୂର୍ବରୁ ଅନ୍ୟ ସଂସ୍ଥା ଜରିଆରେ ମଦ ଡେଲିଭରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରି ଆସୁଥିଲେ। ତେବେ ଜୋମାଟୋ ଏବଂ ମଦ ଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ପରେ ମଦ ହୋମ୍‌ ଡେଲିଭରି ଆରମ୍ଭ କରିଛି ଜୋମାଟୋ। ଆଜି ସକାଳ ୭ଟାରୁ ଅନ୍‌ଲାଇନ୍‌ ଅର୍ଡର ପରେ ୧ଟା ପରେ ହୋମ୍‌ ଡେଲିଭରି ଆରମ୍ଭ ହୋଇଛି।

କଟକ ସହରର ଉଭୟ ଠିପି ଖୋଲା ଓ ଠିପି ବନ୍ଦ କାଉଣ୍ଟରୁ ଏହି ହୋମ୍‌ ଡେଲିଭରି ହୋଇପାରିବ।ଏନେଇ କଟକ ବିଦେଶୀ ମଦ ବ୍ୟବସାୟୀ ସଂଘର ସଂପାଦକ ବିରଞ୍ଚି ନାରାୟଣ ସାହୁ ସୂଚନା ଦେଇଛନ୍ତି। 

You might also like