• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଢ଼େଙ୍କାନାଳ(ରାଜଶ୍ରୀ ଶତପଥି) : ମଣିଷ ପରି କଥା କହିପାରୁନାହାଁନ୍ତି। କିନ୍ତୁ ମଣିଷମାନେ ଡାକିଦେଲେ ଖାଦ୍ୟ ପାଇଁ ଚାଲିଆସୁଛନ୍ତି ରାସ୍ତା ଉପରକୁ। ଆଉ ତା'ପରେ ଦୁର୍ଘଟଣାରେ ଜୀବନ ହରାଉଛନ୍ତି। କରୋନା ମହାମାରୀର ପ୍ରଭାବ ମଣିଷ ପରି ମାଙ୍ଗଡ଼ ପରି ପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିଛି। ସାଧାରଣ ଦିନ ତୁଳନାରେ ମହାମାରୀ ଯୋଗୁଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଲୋକଙ୍କ ଯିବାଆସିବା କମୁଥିବା ବେଳେ ଖାଇବା ଗଣ୍ଡେ ପାଇଁ ଡହକବିକଳ ହେଉଛନ୍ତି ନୀରିହ ପଶୁପକ୍ଷୀ। ବଞ୍ଚି ରହିବା ନିମନ୍ତେ ସଂଗ୍ରାମ ଜାରି ରଖିଛନ୍ତି ସେମାନେ। ତେବେ ବର୍ତ୍ତମାନ ସ୍ଥିତି ଟିକିଏ ସ୍ୱାଭାବିକ ହେଉଥିବା ବେଳେ  ରାସ୍ତାକଡ଼ ଜଙ୍ଗଲରେ ରହୁଥିବା ମାଙ୍କଡମାନଙ୍କୁ ଖାଇବାକୁ ଦେଉଛନ୍ତି ଯାଆସ କରୁଥିବା ଲୋକେ। ହେଲ ଦୁଃଖର କଥା ହେଲା ଖାଇବାପାଇଁ ଆସୁଥିବା ଏହି ଜୀବଗୁଡ଼ିକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ଆଗାମୀ ସମୟରେ ଏମାନଙ୍କୁ ଖାଇବା ଦେବା ମହଙ୍ଗା ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଢେଙ୍କାନାଳ ଡିଏଫଓ।

ଢେଙ୍କାନାଳ-କପିଳାସ ରାସ୍ତାରେ ପ୍ରାୟ ଦିନ ଏପରି କିଛି କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ଏହି ବାଟ ଦେଇ ହଜାର ହଜାର ଲୋକ ଯିବା ଆସିବା କରନ୍ତି। ମାଙ୍କଡ଼କୁ ଦେଖି କିଛି ଲୋକ ରାସ୍ତା କଡକୁ ଖାଦ୍ୟ ଫୋପାଡ଼ି ଦିଅନ୍ତି । ଆଉ ଖାଦ୍ୟ ଲୋଭରେ ନିକଟସ୍ଥ ଜଙ୍ଗଲରୁ ଶହ ଶହ ମାଙ୍କଡ ପଳାଇ ଆସନ୍ତି ରାସ୍ତା ଉପରକୁ। ହେଲେ ମାଙ୍କଡ଼ଙ୍କୁ ଖାଇବା ଦେଇ ଖୁସି ଅନୁଭବ କରୁଥିବା ମଣିଷମାନେ ଜାଣପାରନ୍ତିନି, ତାଙ୍କ ପାଇଁ ନୀରିହ ପଶୁଙ୍କର ଜୀବନ ଚାଲିଯାଉଛି । ରାସ୍ତାକୁ ଖାଦ୍ୟ ପାଇ‍ ଆଶାରେ  ପଳାଇ ଆସୁଥିବା ମାଙ୍କଡ଼ମାନେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଖାଦ୍ୟ ମାୟାରେ କଥା କହି ପାରୁନଥିବା ଅନେକ ଜୀବନ ଅକାଳରେ ଝଡି ପଡୁଛି । ନା ରହୁଛି ସଚେତନତା ନା ଲାଗୁଛି ବନବିଭାଗର ରୋକ୍ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ସ୍ଥାନୀୟ ଯୁବକ ସମ୍ବିତ ନନ୍ଦ ।

ମଣିଷ ଏଥିପାଇଁ ସଚେତନ ହେବା ଆବଶ୍ୟକ। ଗୋଟିଏପଟେ ମାଙ୍କଡ ମାନଙ୍କୁ ଦିଆଯାଉଥିବା ବାହାର ଖାଦ୍ୟ   ହାନିକାରକ ହୋଇଥିବା ବେଳେ ଏମାନଙ୍କ ଜୀବନ ମଧ୍ୟ ଖାଇବାକୁ ଆସି ଚାଲିଯାଉଛି। ଢେଙ୍କାନାଳ-କପିଳାସ ରାସ୍ତାରେ ମାଙ୍କଡ ମାନଙ୍କୁ ଖାଦ୍ୟ ଦେଲେ ଆଗକୁ ଫାଇନ ବ୍ୟବସ୍ଥା କରାଯିବ । ଆଗକୁ ଏହି ରାସ୍ତାରେ ଖାଦ୍ୟ ପାଇଁ ନିରୀହ ଜୀବଙ୍କ ଜୀବନ ଗଲେ ଅମାନିଆ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିବ ବୋଲି ମଧ୍ୟ ଡିଏଫଓ ପ୍ରକାଶ କରିଛନ୍ତି ।

Now-you-will-be-fined-if-u-give-food-to-monkey-in-dhenkanal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories