ଅନୁଗୁଳ ଜିଲ୍ଲାରେ ଜାରି ହେଲା ରେଡ୍ ଜୋନ୍ କଟକଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଜୋନ୍ କଟକଣା।  ସରକାରୀ ଭାବେ ଏହି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଇନଥିଲେ ମଧ୍ୟ ରେଡ୍ ଜୋନ୍‌ର ସମସ୍ତ କଟକଣା ଏହି ଜିଲ୍ଲାରେ ଲାଗୁ କରାଯାଇଛି ।

ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇ କହିଛନ୍ତି,  ଅନୁଗୁଳରେ ଆଜି ୧୩ ଜଣ କରୋନା ପଜିଟିଭ ବାହାରିବା ପରେ ଏହି କଡ଼ା ପଦକ୍ଷେପ ନିଆଯାଇଛି । ଆଗରୁ ଅନୁଗୁଳରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହା ଗ୍ରୀନ୍ ଜୋନ୍‌ରେ ଥିଲା ।

ଆଜି ଚିହ୍ନଟ ହୋଇଥିବା ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ସୁରତ ଫେରନ୍ତା। ଜଣେ ମହାରାଷ୍ଟ୍ରରୁ ଆସିଛନ୍ତି ଓ ଅନ୍ୟ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି। ଏକାଥରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ରେଡ୍ ଜୋନ୍ କଟକଣା ଲାଗୁ କରାଯାଇଛି ।

You might also like