‘ଡିଜିଟାଲ୍‌ ପ୍ଲାଟଫର୍ମରେ ଅଭିଯୋଗ କଲେ ୭୨ ଘଣ୍ଟା ମଧ୍ୟରେ ମିଳିବ ଉତ୍ତର’

ଭଦ୍ରକ: ମହାମାରୀ କରୋନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସାଧାରଣ ଲୋକେ ସରକାରୀ କାର୍ଯ୍ୟାଳୟକୁ ନ ଆସି ଡିଜିଟାଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ କରି ପାରିବେ। ଅଭିଯୋଗ କରିବାର ୭୨ ଘଣ୍ଟା ମଧ୍ୟରେ ଉତ୍ତର ପାଇପାରିବେ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଇମେଲ , ଟ୍ୱିଟର୍‌‌ , ଫେସବୁକ ଆଇଡି ଓ ଟେଲିଫୋନ ନମ୍ବର ଜାରି କରାଯାଇଛି। କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

bhadrak

ଅଭିଯୋଗକାରୀ ଅଭିଯୋଗ ସମୟରେ ନିଜ ନାମ, ମୋବାଇଲ ନମ୍ବର , ଇମେଲ ଠିକଣା , ନିଜର ବାସସ୍ଥାନର ଠିକଣା ଓ ଅଭିଯୋଗର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ଆବଶ୍ୟକ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

You might also like