ବିଦାୟ ମୌସୁମୀ

ଭୁବନେଶ୍ୱର: ଆଜି ଓଡ଼ିଶାରୁ ଅପସରି ଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ୧୧ଦିନ ବିଳମ୍ବରେ ଓଡ଼ିଶା ଛୁଇଁଥିବା ମୌସୁମୀ, ଫେରିବା ବେଳେ ବି ବିଳମ୍ବ କରିଛି। ମୌସୁମୀ ପ୍ରତ୍ୟାବର୍ତ୍ତନର ସ୍ୱାଭାବିକ ସମୟ ଅକ୍ଟୋବର ୧୦ ହୋଇଥିବା ବେଳେ ଚଳିତ ବର୍ଷ ୫ଦିନ ବିଳମ୍ବରେ ଓଡ଼ିଶା ଛାଡ଼ିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ମୌସୁମୀ ଓଡ଼ିଶା ଛୁଇଁବା ପରେ ଜୁନରେ ୩୩ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଜୁଲାଇରେ ସ୍ୱାଭାବିକଠାରୁ ୧୩  ପ୍ରତିଶତ କମ ବର୍ଷା ହୋଇଥିଲା। ତେବେ ଅଗଷ୍ଟରେ ଲଗାତାର ଦୁଇଟି ଲଘୁଚାପ ଯୋଗୁ ରାଜ୍ୟରେ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ସେପଟେମ୍ବରରେ ୫୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିଲା।

You might also like