ରାଜଧାନୀରେ ଭଡ଼ାରେ ମିଳୁଛି ବାଇକ୍‌

‍ଭୁବନେଶ୍ୱର: ହକି ବିଶ୍ୱକପ୍ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଆରମ୍ଭ ହୋଇଛି ମୋଟର ସାଇକେଲ୍ ଯୋଜନା। ଯେଉଁ ଗ୍ରାହକ ଏହି ବାଇକ୍ ଭଡ଼ାରେ ନେବାକୁ ଚାହୁଁଥିବେ www.yorindia.comରେ ଲଗ୍ ଇନ୍ କରି ବୁକ୍ କରିପାରିବେ।

ଏଥିପାଇଁ ଆଧାର କାର୍ଡ ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବାଧ୍ୟତାମୂଳକ ହୋଇଥିବା ବେଳେ ବାଇକ୍‌ ଘଣ୍ଟା ପ୍ରତି ଦାମ୍ ୩୯ ଟଙ୍କାରୁ ଆରମ୍ଭ କରି ୯୫ ଟଙ୍କା ରହିଛି।

ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ୯ଟି ବାଇକ୍ ସାମିଲ କରାଯାଇଛି। ପରେ ଆହୁରି ବାଇକ୍‌କୁ ଏଥିରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।

You might also like