ସ୍ୱାଭାବିକ ହେଲା କ୍ୟାପିଟାଲ ହସ୍ପିଟାଲର SNCU

କଟକ : ସ୍ୱାଭାବିକ ହେଲା କ୍ୟାପିଟାଲ ହସ୍ପିଟାଲର SNCU ୟୁନିଟ୍‌। ବାତ୍ୟା ଫୋନିରେ ପ୍ରଭାବିତ SNCU ୟୁନିଟର ପୁନରୁଦ୍ଧାର ପରେ ୨୪ ବେଡରେ ନବଜାତଙ୍କ ଚିକିତ୍ସା ପୁଣିଥରେ ଆରମ୍ଭ ହୋଇଛି।

ବାତ୍ୟା ଫୋନିର ତାଣ୍ଡବରେ SNCUର ସିଲିଂ ଖସିପଡିଥିବା ବେଳେ ସେଠାରେ ଚିକିତ୍ସିତ ହେଉଥିବା ୨୨ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।

ସେହି ଅଦୃଶ୍ୟ ଇଶ୍ୱର ରୂପୀ ମେଡିକାଲର କର୍ମଚାରୀ ଫୋନିର କରାଳ ତାଣ୍ଡବରୁ ସେଦିନ ଉଦ୍ଧାର କରିଥିଲେ ଏହି ନିଷ୍ପାପ ଶିଶୁଙ୍କୁ। କେବଳ ଜଣେ ନୁହେଁ, ୨୨ଜଣ ଶିଶୁଙ୍କ ପାଇଁ ଦେବଦୂତ ସାଜିଥିଲେ କ୍ୟାପିଟାଲ ହସ୍ପିଟାଲ ଏସଏନସିୟୁ ଯୁନିଟ୍‌ର ଡାକ୍ତର ସମେତ ୧୫ ଜଣ ଷ୍ଟାଫ୍।

ବାତ୍ୟା ଯୋଗୁଁ କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁ ଦୁଇଟି ୟୁନିଟ୍‌ର ସିଲିଂ ଖସି ପଡିଥିଲା। ପ୍ରଳୟଙ୍କାରୀ ପବନରେ ସିଲିଂ ଫ୍ଲେଟ ସହ ଲୁହା ଫ୍ରେମ୍ ନବଜାତଙ୍କ ଉପରେ ପଡିଥିଲେ ସେମାନଙ୍କ ଜୀବନ ଚାଲି ଯାଇଥାନ୍ତା। ମାତ୍ର ନବଜାତ ଶିଶୁଙ୍କ ପାଇଁ ଢାଲ ସାଜିଥିଲେ ସମସ୍ତ କର୍ମଚାରୀ।

ସୁରକ୍ଷା ବଳୟ ସୃଷ୍ଟିକରି ସିଲିଂ ଫ୍ଲେଟ୍‌ ପଡିଥିଲେ ମଧ୍ୟ ୨୨ଶିଶୁଙ୍କୁ ନିଜ କୋଳରେ ସୁରକ୍ଷିତ ରଖି ଜଣ ଜଣକୁ ଉଦ୍ଧାର କରିଥିଲେ। ତେବେ ବାତ୍ୟାରେ କ୍ଷତିଗ୍ରସ୍ତ SNCUର ନକ୍‌ସା ପୁଣି ବଦଳି ଯାଇଛି। ଫୋନି ତାଣ୍ଡବର ୭ ଦିନପରେ ସ୍ୱାଭାବିକ ହୋଇଛି ଏହି ୟୁନିଟ୍‌।

SNCU ୟୁନିଟ୍‌ର ସେହି ଦେବଦୂତମାନେ ପ୍ରତିକୂଳ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଉପଯୋଗ କରି ୨୨ ଶିଶୁଙ୍କୁ ରକ୍ଷା କରି ପାରିଥିଲେ। ଫୋନି ପ୍ରଭାବ ସମ୍ଭାବନା ଥିବା ଜାଣି ଏମାନେ ଡ୍ୟୁଟିରେ ଥିଲେ। ପ୍ରଥମେ ସିଲିଂରୁ ଧୂଳି ଖସିଥିଲା, ପରେ ଦ୍ୱିତୀୟ ପର୍ଯ୍ୟାୟ ପବନରେ ଧସି ପଡିଥିଲା ସିଲିଂ। ତେବେ ସମୟର ଦୃଶ୍ୟକୁ  ବୟାନ କରି ଭାବ ବିହ୍ୱୋଳ ହୋଇ ପଡିଥିଲେ କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ।

୨୨ ଶିଶୁଙ୍କ ଜୀବନ ରକ୍ଷା କରିଥିବା SNCU କର୍ମଚାରୀଙ୍କୁ ଚାରିଆଡୁ ଉଚ୍ଚ ପ୍ରଶଂସା ମିଳୁଥିବାବେଳେ ସେମାନଙ୍କୁ ସମ୍ମାନୀତ କରାଯିବ ବୋଲି କହିଛନ୍ତି ମେଡିକାଲ କତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like