ଅଖତାର ବନ୍ଧା ହେଲା

ଜୟପୁର: ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ଅଖତାରକୁ ଗିରଫ କରିଛି ପୁଲିସ୍‌।  କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ୍ କଲୋନୀ ନିକଟରେ ଗୁଳି ବିନିମୟ ପରେ ପୁଲିସ୍ ତାକୁ ଧରିବାରେ ସଫଳ ହୋଇଛି। ତେବେ ଅଖତାରର ଦୁଇ ସହଯୋଗୀ ପୁଲିସ୍‌କୁ ଚକମା ଦେଇ ଖସି ଯାଇଛନ୍ତି।

ଅଖତାର ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମୋବାଇଲ୍ ଜବତ କରାଯାଇଛି।  ତା’ ନାଁରେ ହତ୍ୟା ସମେତ ଅନେକ ମାମଲା ରହିଛି।

ଗତକାଲି ବିଳମ୍ବିତ ରାତିରେ ଇରିଗେସନ୍ କଲୋନୀ ନିକଟରେ ଅଖତାର ଓ ତା’ର ଦୁଇ ସହଯୋଗୀ ବୁଲାବୁଲି କରୁଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହା ପରେ  ପୁଲିସ୍‌ ସେହି ଅଞ୍ଚଳରେ ଚଢ଼ାଉ କରିଥିଲା। ପୁଲିସ୍‌କୁ ଦେଖି ସେମାନେ ଦୁଇ ରାଉଣ୍ଡ  ଗୁଳି ଚଳାଇଥିଲା। ପୁଲିସ୍‌ ମଧ୍ୟ ଗୁଳି ଚଳାଇଥିଲା। ପୁଲିସ୍ ସେମାନଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ବିନିମୟ ପରେ ପୁଲିସ୍ ଅଖତାରକୁ କାବୁ କରିବାରେ ସଫଳ ହୋଇଥିଲା।

You might also like