• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ପୁଣି ଭୁବନେଶ୍ୱରରେ ହସ୍ପିଟାଲ୍ ଓ ସପିଂ ମଲ୍‌କୁ ବିଡିଏର ନୋଟିସ୍। ଏଥର ବେଆଇନ ଫାର୍କିଂ ଫି’ ଆଦାୟ ବନ୍ଦ କରିବା ସହ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ନକରିବାକୁ ତାଗିଦ କରିଛନ୍ତି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ।ଏଥିପାଇଁ ୧୪ଟି ପ୍ରତିଷ୍ଠିତ ହସ୍ପିଟାଲ୍‌ ଓ ସପିଂ ମଲ୍‌ ନୋଟିସ୍‌  ଜାରି କରାଯାଇଛି। ଏଥିସହ ଅନୁମୋଦିତ ବିଲ୍‌ଡିଂ ପ୍ଲାନ୍‌ରେ ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନକୁ କେବଳ ପାର୍କିଂ ପାଇଁ ବ୍ୟବହାର କରିବାକୁ ସମସ୍ତ ବ୍ୟବସାୟ କୋଠା, ସପିଂ ମଲ୍, ମଲ୍ଟିପ୍ଲେକ୍ସ, ହସ୍ପିଟାଲ୍ ଓ ଆପାର୍ଟମେଣ୍ଟ ଗୁଡ଼ିକୁ ବିଡିଏ ପକ୍ଷରୁ ତାଗିଦ କରାଯାଇଛି। ଏହା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଲୋକେ ରାସ୍ତା ଉପରେ ଗାଡ଼ି ରଖୁଛନ୍ତି ଓ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି ବୋଲି ନୋଟିସ୍‌ରେ ଦର୍ଶାଯାଇଛି।

ଏଥିସହ ବିଜ୍ଞପ୍ତି ସତ୍ତ୍ୱେ କିଛି ସ୍ଥାନରେ ବେଆଇନ ପାର୍କିଂ ଫି’ ଆଦାୟ ହେଉଥିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିବାରୁ ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛି ବିଡିଏ।

Notice-for-parking-fee-in-hospital-and-shoping-mall
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories