ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ବଢ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

କମଳାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଚଳିତବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଗତକାଲି ନାଁ ଘୋଷଣା କରାଯାଇଥିଲା। ଯେଉଁଥିରେ ୩ ଓଡ଼ିଆଙ୍କ ନାଁ ରହିଛି। କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ଏହି ସମ୍ମାନ ଦିଆଯିବା ସହ ସମାଜସେବା କ୍ଷଷତ୍ରରେ କେନ୍ଦୁଝରର ଦୈତାରୀ ନାୟକ ଓ କଟକର  ଡି.ପ୍ରକାଶ ରାଓଙ୍କୁ ବି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ।

You might also like