ସାହିତ୍ୟିକ ରମାକାନ୍ତ ରଥ ପାଇଲେ ସର୍ବୋଚ୍ଚ ଅତିବଡ଼ି ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ପାଇଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର। ତାଙ୍କ ସହ ୧୫ ଜଣ ସାରସ୍ୱତ ସାଧକ ଏବଂ ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, କୁମାର ଚକ୍ରବର୍ତ୍ତୀ, ସୀତାରାମ ବିର୍ତ୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଷଣ ମଙ୍ଗରାଜ, ଦୁର୍ଯ୍ୟୋଧନ ଦାସ, କୁଞ୍ଜ ବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ସରୋଜିନୀ ଷଡଙ୍ଗୀ, ଗିରି ଦଣ୍ଡସେନା, ବ୍ରଜମୋହନ ମିଶ୍ର ପ୍ରମୁଖ। ଏହି କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା।

ଏହି ଅବସରରେ ରାଜ୍ୟର ଭାଗବତ ଟୁଙ୍ଗି ପୁନରୁଦ୍ଧାର ଅନୁଦାନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଅନୁଦାନ ରାଶି ୨୫ରୁ ୫୦ ହଜାର ଟଙ୍କାକୁ ବୃଦ୍ଧି ଲାଗି ଘୋଷଣା କରିଛନ୍ତି। ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତିପୀଠର ଉନ୍ନତିକରଣ ମଧ୍ୟ କରାଯିବ। ସ୍ମୃତିପୀଠ ପୁରୀ ଜିଲ୍ଲା କପିଳେଶ୍ୱରପୁର ଶାସନରେ ୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

You might also like