• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଜୟପୁର: ବ୍ୟାନ୍‌ ପରେ ବି ଅନେକ ସ୍ଥାନରେ ଖୁଲମଖୁଲା ପଲିଥିନ୍ ବ୍ୟବହାର ହେଉଛି। ଫଳରେ ପରିବେଶ ପ୍ରଦୂଷଣ ହେଉଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଜୟପୁରର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡିଛି। କାଗଜରୁ ଠୁଙ୍ଗା ତିଆରି କରି ବଜାରରେ ବିକ୍ରି କରିବା ସହ ପଲିଥିନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ବୁଝାଉଛନ୍ତି।

ଜୟପୁର ସହର ପାରାବେଡା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିବେଶ ସଚେତନତା ପାଇଁ ଆଗେଇ ଆସିଛନ୍ତି।  ଏହି ମହିଳାମାନେ ଦିନକୁ ପ୍ରାୟ ୪ରୁ ୫ କେଜି ଓଜନର ଠୁଙ୍ଗା ପ୍ରସ୍ତୁତ କରୁଛନ୍ତି।  ଖାଲି ଠୁଙ୍ଗା ତିଆରି କରୁନାହାନ୍ତି ନିଜେ ବଜାରକୁ ଯାଇ ଠୁଙ୍ଗା ବକ୍ରି କରିବା ସହ ପଲିଥିନ୍ ବ୍ୟବହାର ନକରିବାକୁ ଲୋକଙ୍କୁ , ଦୋକାନୀଙ୍କୁ ସଚେତନ କରାଉଛନ୍ତି। ଫଳରେ ଏହାଦ୍ୱାରା ଏହି ମହିଳାମାନେ ସମାଜରେ ସଚେତନତା ବାଣ୍ଟିବା ସହ ନିଜେ ବି ଦୁଇ ପଇସା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି।

ଅନ୍ୟପଟେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ପ୍ରୋତ୍ସାହିତ କରିବାକୁ ବୁଦ୍ଧିଜୀବୀ କହିଛନ୍ତି।

ପରିବେଶ ସଚେତନତା ପାଇଁ ମହିଳାଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Not-to-use-polythene-social-message
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories