ଆଜି ୧୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୩ ଦିନ ଯାଏ କାଳବୈଶାଖୀ ସମ୍ଭାବନା ଥିବାବେଳେ ଆଜି ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ,  ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି।

ଏହି ୧୨ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ। ଏସବୁ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ରବିବାର ଓ ସୋମବାର ମଧ୍ୟ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

ରାଜ୍ୟର କିଛି ସ୍ଥାନରେ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସୁନ୍ଦରଗଡ଼କୁ ବ୍ୟତୀତ ଗତକାଲି ରାଜ୍ୟର ବାକି ସବୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା। ୪୦ ଡିଗ୍ରୀ ସହ ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଗତକାଲି ଭୁବନେଶ୍ୱର ତାପମାତ୍ରା ୩୪.୯ ଡିଗ୍ରୀ ଥିବାବେଳେ କଟକରେ ତାପମାତ୍ରା ୩୩.୮ ଡିଗ୍ରୀ ଥିଲା।

You might also like