ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ପିଲାଙ୍କୁ ପାସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଓ ଲକଡାଉନ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲାଙ୍କୁ ପାସ୍ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏଁ ସବୁ ପିଲା ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ।

ତେବେ ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍ କରାଯିବ। ବାର୍ଷିକ ପରୀକ୍ଷା ହୋଇଥିବା ବିଷୟଗୁଡ଼ିକର ମାର୍କ ହିସାବକୁ ନିଆଯିବ ଏବଂ ବାର୍ଷିକ ପରୀକ୍ଷା ହୋଇନଥିବା ବିଷୟ ପାଇଁ ଷାଣ୍ମାସିକ ପରୀକ୍ଷାରେ ସେହି ବିଷୟରେ ଥିବା ନମ୍ବରକୁ ନେଇ ପାସ୍ କରାଯିବ।

କୌଣସି ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ କିମ୍ବା ଅନ୍ୟ କୌଣସି ଜରୁରୀ କାରଣ ପାଇଁ ଷାଣ୍ମାସିକ ପରୀକ୍ଷା ଦେଇନଥିଲେ, ସମସ୍ତ ୟୁନିଟ ଟେଷ୍ଟର ହାରାହାରି ମାର୍କକୁ ହିସାବକୁ ନିଆଯିବ। ତେବେ ସର୍ବନିମ୍ନ ଉପସ୍ଥାନ ହାର ସଂପର୍କିତ ନିୟମ ବଳବତ୍ତର ରହିବ।

ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ଥିବା ସମସ୍ତ ଓଡ଼ିଆ ମିଡିୟମ୍ ସ୍କୁଲ, ମାଦ୍ରାସା ଓ ସଂସ୍କୃତ ଟୋଲ୍ ପାଇଁ ଏହି ନିୟମ ଲାଗୁ ହେବ। ସେପଟେ ଯୁକ୍ତ ୨ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ମଧ୍ୟ ସର୍ତ୍ତମୂଳକ ପ୍ରମୋସନ ଦିଆଯାଇଛି।

ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ଷାଣ୍ମାସିକ ପରୀକ୍ଷା କିମ୍ବା ୟୁନିଟ୍ ଟେଷ୍ଟ ଆଧାରରେ  ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେ। ଯଦି ଜରୁରୀ କାରଣରୁ କେହି ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବେ, ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ରିଟେଷ୍ଟ ହେବ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like