• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ପୁରୀ: ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରାଳୟ କହିଛି।

ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ ଲାଗି ସହମତି ହୋଇଥିଲା। ଏହା ପରେ ରଥନିର୍ମାଣ କାମ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲା ପରିଚାଳନା କମିଟି। ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁମତି ମାଗିଥିଲେ।

ସେପଟେ କେନ୍ଦ୍ରର ଅନୁମତି ପରେ ଖୁସି ହେବା ସହ ରଥଯାତ୍ରା ହେବା ନେଇ ଆଶା ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ଓ ବଡ଼ୁସୁଆର ନିଯୋଗ ସଭାପତି।

କେନ୍ଦ୍ରର ଅନୁମତି ପରେ ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ। ସକାଳ ୮ଟାରୁ ଆରମ୍ଭ ହେବ ଏହି କାର୍ଯ୍ୟ। ଆଜି ଏନେଇ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର।

ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟମାନେ ବସି ଏସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ବୋଲି ବିଜୟ ମହାପାତ୍ର କହିଛନ୍ତି। ଏନେଇ ମହରଣା ସେବାୟତଙ୍କୁ ଅବଗତ କରାଯାଇଛି। ଅଳ୍ପ ସଂଖ୍ୟାରେ କାଲି ମହାରଣା ଆସିବେ, ସେମାନଙ୍କୁ ନେଇ କାମ ଆରମ୍ଭ ହେବ। ତେବେ ନେତ୍ରୋତ୍ସବ ଭିତରେ କାମ ସରିନପାରେ। ଏନେଇ ଜିଲ୍ଲାପାଳଙ୍କୁ ମହାରଣା ସେବାୟତ ଅବଗତ କରିଛନ୍ତି।

କିନ୍ତୁ ଯଥାଶୀଘ୍ର କାମ ସାରିବାକୁ ଚେଷ୍ଟା କରାଯିବ। ଏହାସହ ବିଶେଷ ଭାବେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି ନିୟମକୁ ରଥ ନିର୍ମାଣ ବେଳେ କଡ଼ାକଡ଼ି ପାଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଆସନ୍ତାକାଲିଠୁ ରଥ ନିର୍ମାଣ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

Nod-to-puri-rath-yatra-chariot-construction
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories