‘କାମ ନାହିଁ ତ ଦରମା ନାହିଁ’

ଭୁବନେଶ୍ୱର: ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ‘କାମ ନାହିଁ ତ ଦରମା ନାହିଁ’ ନୀତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ପ୍ରାଥମିକ ପର୍ଯ୍ୟାୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିୟମ ଲାଗୁ କରିଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରିଥିବାରୁ ବିଭାଗ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଯେଉଁମାନେ ଆନ୍ଦୋଳନରେ ସାମିଲ ହୋଇ କାର୍ଯ୍ୟ କରୁ ନାହାନ୍ତି ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ବିଭାଗୀୟ ଅତିରିକ୍ତ ସଚିବ ପ୍ରଭାତ କୁମାର ଭୋଇ ଏନେଇ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ଦାବି ନେଇ ସେକ୍ସନ ଅଫିସର ସଂଘ, ମନ୍ତ୍ରୀଙ୍କ ଅଧିକାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି।

You might also like