• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୮୪ ବର୍ଷ ତଳେ ଅର୍ଥାତ୍‌ ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏଥିପାଇଁ ମହାପୁରୁଷଙ୍କ ଅବଦାନକୁ ରାଜ୍ୟବାସୀ ମନେ ପକାଇବାର ଆଜି ଏକ ଅବସର। ତେବେ କରୋନା ଲକ୍‌ ଡାଉନ୍‌ ଏହି ଉତ୍ସବକୁ ଫିକା କରି ଦେଇଛି। ଲକ୍‌ ଡାଉନ ଯୋଗୁ ଆଜି ରାଜ୍ୟରେ ଅନ୍ୟବର୍ଷ ଭଳି ପାଳିତ ହେବନି ଉତ୍କଳ ଦିବସ।

 ଦୀର୍ଘ ବର୍ଷର ଅବଦାନ ଓ ସଂଘର୍ଷ ପରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା।  ଏହି ଆନ୍ଦୋଳନର ସୂତ୍ରଧର ଥିବା ଅନେକ ଜନନାୟକ ଏବେ ବି ପ୍ରତି ଓଡ଼ିଆଙ୍କ ସ୍ମୃତିରେ ଜୀବିତ ଅଛନ୍ତି । ତେବେ କରୋନା ଯୋଗୁ ଅନ୍ୟବର୍ଷ ଭଳି ଏବର୍ଷ ଉତ୍କଳ ଦିବସ ପାଳନ ହେବ ନାହିଁ । ବଡ଼ ସରକାରୀ କାର୍ଯ୍ୟକୁ ବାତିଲ କରାଯିବା ସହ ବହୁ ଅଞ୍ଚଳରେ ଏହାକୁ ପାଳନ କରାଯିବନି।

ତେବେ ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନଅଙ୍କ ଦୁର୍ଭିକ୍ଷ, ମହାବାତ୍ୟା ସହ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବିଭିନ୍ନ ସଙ୍କଟର ମୁକାବିଲା କରିଥିବା ଓଡ଼ିଶାବାସୀ ଏହି କରୋନାର ମୁକାବିଲା କରିପାରିବେ ବୋଲି ବିଶିଷ୍ଟ ସାହିତ୍ୟିକମାନେ ମତ ଦେଇଛନ୍ତି ।

 

No-utkal-divas-celebration-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories