ଆସ୍କା: ଇଂରାଜୀ ମିଡିୟମ୍ ଢାଞ୍ଚାରେ ରାଜ୍ୟରେ ପିଲାଙ୍କୁ ପଢ଼ାଇ ଶିକ୍ଷାର ମାନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି ସରକାର। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖୋଲୁଛନ୍ତି ଆଦର୍ଶ ବିଦ୍ୟାଳୟ। ହେଲେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ଅଭିଯୋଗ ହୋଇଛି, ଆସ୍କା ବ୍ଲକ୍ ନିମିନା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଆଖପାଖ ସ୍କୁଲ୍ରୁ ଶିକ୍ଷକଙ୍କୁ ଡେପୁଟେସନ୍ରେ ଅଣାଯାଇ ଶିକ୍ଷାଦାନ କରାଯାଉଛି। ଖାଲି ସେତିକି ନୁହେଁ ସ୍କୁଲ୍ର ଷଷ୍ଠ ଓ ସପ୍ତମ ଶ୍ରେଣୀରେ ବହୁ ସିଟ୍ ମଧ୍ୟ ଖାଲିପଡ଼ିଛି। ପ୍ରଚାର ପ୍ରସାର ଅଭାବ ଯୋଗୁଁ ଅଭିଭାବକ ପିଲାଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢ଼ାଉନଥିବା ଲୋକେ କହିଛନ୍ତି ।
ସ୍କୁଲର ପ୍ରତି ଶ୍ରେଣୀରେ ୮୨ଜଣ ଛାତ୍ରଛାତ୍ରୀ ରହିବା ଲାଗି ବ୍ୟବସ୍ଥା ରହିଛି। ଏ ନେଇ ଆଗାମୀ ଦିନରେ ଅଭିଭାବକଙ୍କୁ ସଚେତନ କରାଯିବ। ତା’ସହ ଆବଶ୍ୟକ ଶିକ୍ଷକ ପଦବି ପୂରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିବା କହିଛନ୍ତି ଆସ୍କା ବିଇଓ।
Published By: Odishatv Bureau
Last updated: 11 July 2018, 11:50 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।