ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍‌

ଭୁବନେଶ୍ୱର: ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ। କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ବାତାବରଣ ନଥିବାରୁ ଚଳିତବର୍ଷ ନିର୍ବାଚନ ବନ୍ଦ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପିଜି କାଉନସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ ହେବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଛାତ୍ରନେତାମାନେ ଏହାକୁ ବିରୋଧ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ନ ହେବାପାଇଁ ନିର୍ଦ୍ଦିଷ୍ଟ କିଛି ନେତା ଚାହୁଁଥିବା ଏବିଭିପିର ଜଣେ ଛାତ୍ର ନେତା କହିଛନ୍ତି ।  ସେପଟେ ଯେଉଁ ନେତାମାନେ ବିଶ୍ୱ ବିଦ୍ୟାଳୟର ନିର୍ବାଚନକୁ ନିୟନ୍ତ୍ରଣ କରିଥାନ୍ତି, ସେମାନଙ୍କୁ ନିର୍ବାଚନରେ ହାରି ଯିବା ଡର ରହିଛି। ତେଣୁ ନିର୍ବାଚନକୁ ବାତିଲ୍‌ କରାଯାଇଛି ବୋଲି ଏନ୍ଏ‌ସ୍‌ୟୁଆଇର ଜଣେ ଛାତ୍ର ନେତା କହିଛନ୍ତି।  ଅନ୍ୟପକ୍ଷରେ କୁଳପତିଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକପାଖିଆ ବୋଲି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦକ କହିଛନ୍ତି।

You might also like