‘ଇସଲାମ୍‌ରେ ଆତଙ୍କବାଦର ସ୍ଥାନ ନାହିଁ’

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ପୁରୀ ମୁସଲିମ ସମାଜ

ପୁରୀ: କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ପୁରୀ ମୁସଲିମ ସମାଜ । ମୁସଲିମ ସମାଜ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଇସଲାମ୍‌ ଧର୍ମରେ ଆତଙ୍କବାଦର ସ୍ଥାନ ନାହିଁ ବୋଲି କୁହାଯାଇଛି। ପୁରୀ ମୁସଲିମ ସମାଜ ମୁରବୀ ଭାରତ ମାତା କି ଜୟ ନାରା ଦେଇଛନ୍ତି ।

ପୁରୀରେ ରହୁଥିବା ଇସଲାମ୍‌ ଧର୍ମାବଲମ୍ବୀମାନେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ   ଦାବି କରିଛନ୍ତି । ସେମାନେ କୁମ୍ଭାରପଡା ହାର୍ଣ୍ଣି ହାଟ ମସଜିଦରେ ଏକଜୁଟ ହୋଇ ଏକ ଶ୍ରଦ୍ଧାଞ୍ଜଳି ସଭାରେ ବୀର ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

You might also like