ରାଜ୍ୟରେ ଲକଡାଉନ ଓ ସଟଡାଉନ ସାମୟିକ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଓ ସଟଡାଉନ ସାମୟିକ ବାରଣ କଲେ ସରକାର। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ୱର ୧୨ରୁ ୧୪ ଯାଏ ମନା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି SRC। ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲକଡାଉନ ଓ ସଟଡାଉନ ବାରଣ କରାଯାଇଛି। ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା କେନ୍ଦ୍ର ଷ୍ଟାଫଙ୍କ ସୁବିଧା ପାଇଁ ଏହା ବାରଣ କରାଯାଇଛି।

JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଓଡ଼ିଶାର ୩୭ ହଜାର ପରୀକ୍ଷାର୍ଥୀ JEE, NEET ପରୀକ୍ଷା ଦେବେ। ଯେଉଁ ପିଲାଙ୍କର ଯାଆସ ଓ ରହିବା ବ୍ୟବସ୍ଥା ଦରକାର, ସରକାର ଯୋଗାଇବେ। ନିଜ ସୁବିଧା ଅନୁସାରେ ଆସୁଥିଲେ, ଆମେ ସହଯୋଗ କରିବୁ। ଯେଉଁମାନେ ଆବଶ୍ୟକ କରିବେ ମାଗଣାରେ ପରିବହନ ଯୋଗାଇବୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

କେବଳ ଆଡମିଟ କାର୍ଡ ଦେଖାଇଲେ, ଯାଆସ ବ୍ୟବସ୍ଥା କରାଯିବ। JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପିଲାଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ହୋଇଛି।

ପରିବହନ ବ୍ୟବସ୍ଥା ଦରକାର ଥିଲେ, ନୋଡାଲ ସେଣ୍ଟରରେ ଜଣାଇବେ। ପରୀକ୍ଷାର୍ଥୀଙ୍କ ଯାଆସ ନେଇ କୌଣସି କଟକଣା ରହିବ ନାହିଁ। ପିଲାମାନେ କେମିତି ରହିବେ, ନୋଡାଲ ସେଣ୍ଟର ବ୍ୟବସ୍ଥା କରିବ। ବିଭିନ୍ନ ଜିଲ୍ଲାରୁ ପିଲାମାନେ କେମିତି ଆସିବେ, ନୋଡାଲ ସେଣ୍ଟର ଦେଖିବ ବୋଲି ସଚିବ କହିଛନ୍ତି।

You might also like