ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଆଜିଠାରୁ ଯାତାୟାତ ଉପରେ ରହିବନି ପ୍ରତିବନ୍ଧକ। ଆଜିଠୁ ବ୍ରହ୍ମପୁର ସହରକୁ ବିନା କୌଣସି କଟକଣାରେ ଯାତାୟାତ କରିପାରିବେ ଜିଲ୍ଲାର ଗ୍ରାମାଞ୍ଚଳବାସୀ। ସେହିପରି ବ୍ରହ୍ମପୁରବାସୀ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାତାୟାତ କରିପାରିବେ। କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା ଆଜିଠାରୁ ଉଠାଇ ଦିଆଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
The restrictions imposed on entry into and exit from Berhampur, have been lifted with effect from 24th August. @Ganjam_Admin @DRDAGanjam @sdmbam @SP_BERHAMPUR
— COMMISSIONER, BERHAMPUR MUNICIPAL CORPORATION (@BrahmapurCorp) August 23, 2020
ବ୍ରହ୍ମପୁର ସହରରେ ବଜାର ଖୋଲିବା ସମୟ ସୀମା ମଧ୍ୟ ବଢ଼ାଇ ଦିଆଯାଇଛି। ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ। ପୂର୍ବରୁ ବଜାର ସକାଳ ୫ଟାରୁ ଅପରାହ୍ଣ ୪ଟା ଯାଏ ଖୋଲା ରହୁଥିଲା।
Timing for market has been extended from 5 AM to 8 PM for Ganjam w.e.f. From 24th August. Weekend shut down, as per government order, will continue.
All shopkeeper has to follow social distancing norms, PANCHSUTRA
We request to wear mask , & follow 2m distance from other person
— Collector & District Magistrate, Ganjam (@Ganjam_Admin) August 23, 2020
ତେବେ ସପ୍ତାହାନ୍ତ ସଟ୍ଡାଉନ୍ ସରକାରୀ ନିୟମ ଅନୁସାରେ ପୂର୍ବଭଳି ଜାରି ରହିବ।