ଲକଡାଉନରେ ଟିକା ଓ ଟେଷ୍ଟିଂକୁ ଅନୁମତି : ନିକଟସ୍ଥ ପରୀକ୍ଷଣ କେନ୍ଦ୍ରକୁ ଯାଇପାରିବେ ଲୋକେ

ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ଟିକା ଓ ଟେଷ୍ଟିଂକୁ ଅନୁମତି ପ୍ରଦାନ କରାଯାଇଛି । ମେ ୫ରୁ ୧୯ ତାରିଖ ମଧ୍ୟରେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ, ଏଥିରେ କୌଣସି କଟକଣା ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । । ସେହିପରି ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକେ ଯାଇପାରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଅନ୍ୟପଟେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜଗିବାକୁ ସରପଞ୍ଚମାନଙ୍କୁ ପରାମର୍ଶ ଦିଆଯାଇଛି । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖିବାକୁ କୁହାଯାଇଛି । ଯାହାର ଘରେ ବ୍ୟବସ୍ଥା ନଥିବ, ସରକାରୀ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଲକଡାଉନ ବେଳେ ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ। ନିର୍ବାଚନ ସଂପର୍କିତ କାର୍ଯ୍ୟରେ ସଟଡାଉନ, ଲକଡାଉନ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟକୁରେ ନିୟୋଜିତ ଲୋକେ ଯା:ଆସ କରିପାରିବେ। ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ମଧ୍ୟ ଯାତାୟତ ପାଇଁ ଅନୁମତି ରହିଛି।

You might also like