• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଦେପାଦେ ଅଂଶୁଘାତର ଭୟ ରହୁଛି।

ଅସହ୍ୟ ତାତି ବଲାଙ୍ଗିରବାସୀଙ୍କୁ ନାକେଦମ୍ କରିସାରିଲାଣି। ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଛି। ରାସ୍ତାଘାଟ ଖାଁଖାଁ ରହୁଥିବା ବେଳେ ମୁହଁରେ କପଡା ବାନ୍ଧି ଲୋକେ ଘରୁ ବାହାରୁଛନ୍ତି। ଅନ୍ୟପକ୍ଷେ, ତାତିରୁ ଟିକେ ତ୍ରାହି ପାଇବା ପାଇଁ ଲସି, ସରବତ ଓ ତରଭୁଜ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି।

ବ୍ୟବସାୟର ପ୍ରାଣକେନ୍ଦ୍ର କଟକରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି।  ଗୋଟିଏ ପଟେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ନାକେଦମ୍ କରୁଥିବା ବେଳେ ଜଳକଷ୍ଟ ଅଭିଯୋଗ ବି ସାମ୍ନାକୁ ଆସିଛି। ଜଳଛତ୍ରର ସୁବିଧା ନଥିବାରୁ ବାଧ୍ୟ ହୋଇ କଟକକୁ ଆସୁଥିବା ଯାତ୍ରୀ ଏବଂ ସ୍ଥାନୀୟ ଲୋକ ଲସି, ଆଖୁରସ ଏବଂ ପୋଦିନା ପାଣି ପିଇ ଶୋଷ ମେଣ୍ଟାଉଛନ୍ତି।

ସେପଟେ କିଛି ଘରୋଇ ସଂସ୍ଥା ଉପରେ ଭରସା କରି କଟକ ମହାନଗର ନିଗମ ହାତ ଟେକି ବସିଛି। ଘରୋଇ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରାଯାଉଥିବା ସିଏମ୍‌ସି କମିଶନର କହିଛନ୍ତି।

ରାଜଧାନୀରେ ମଧ୍ୟ ଅସହ୍ୟ ଖରା ସହ ଗୁଳୁଗୁଳି ଲୋକଙ୍କୁ ଛଟପଟ କରୁଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୩ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ  ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

No-respite-heat-wave-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories