• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ନାକେଦମ୍ କଲାଣି। ଆହୁରି ଦୁଇ ଦିନ ଯାଏ ଏଭଳି ହିଟ୍ ୱେଭ୍‌ ଲାଗି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେହିପରି ଉପକୂଳ ଓଡ଼ିଶାରେ ପାରଦ କମ୍ ରହୁଥିଲେ ମଧ୍ୟ ଆଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତର ଭାବେ ତାପମାତ୍ରା ୪୦ ଡିଗ୍ରୀ ଟପୁଥିବା ବେଳେ ଗତକାଲି ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଚାଷ ବାସ ମଧ୍ୟ ପ୍ରଭାବିତ ହୋଇଛି।

ଟିଟିଲାଗଡ଼ରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ସକାଳ ୮ଟାରୁ ପ୍ରବଳ ଖରା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।  ଦିନ ୧୦-୧୧ଟା ବେଳକୁ ଦୋକାନ ବଜାର ବନ୍ଦ ରହୁଥିବା ଦେଖବାକୁ ମିଳୁଛି। ରାସ୍ତାଘାଟ ଶୂନଶାନ୍ ରହୁଥିବା ବେଳେ ଜରୁରୀ କାମ ନ ହେଲେ ଲୋକେ ବାହାରକୁ ବାହାରୁ ନାହାନ୍ତି।

ନୂଆପଡା ଜିଲ୍ଲାରେ ମଧ୍ୟ ଅସହ୍ୟ ହୋଇଛି ଖରା ତାତି। ପ୍ରବଳ ଗରମ ହେଉଥିବାରୁ  ଦିନ ୧୦ଟାରୁ ରାସ୍ତା ଘାଟ ଖାଁ ଖାଁ ହୋଇଯାଉଛି।  ସେପଟେ ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି।  ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସିନାପାଲି ବ୍ଲକର ବିଡିଓ କହିଛନ୍ତି।

https://youtu.be/zwHPI2jYelk

No-respite-from-heat-for-next-two-days-in-odisha-imd-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories