ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ; ଭୁବନେଶ୍ୱରରେ କୋହଳ ହେବନି କଟକଣା

ଭୁବନେଶ୍ୱର: ଏପ୍ରିଲ ୧୪ ତାରିଖ ରାତିରେ ୨୧ ଦିନିଆ ଲକ୍‌ଡାଉନ ଅବଧି ଶେଷ ହେବା ପରେ ୧୫ରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ବେଳେ ପୂର୍ବଭଳି କଟକଣା ଜାରି ରହିଥିବା ବେଳେ କୃଷି ଓ କୃଷକମାନଙ୍କ ପାଇଁ କିଛି କୋହଳ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୀତଗୋବିନ୍ଦ ଭବନରେ ଆଜି ଆୟୋଜିତ ଏକ ପ୍ରେସମିଟ୍‌ରେ କହିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ,  ରବି ଫସଲ ଉତ୍ପାଦନ, ଖରିଫ ଫସଲ ଲାଗି ଜମି ପ୍ରସ୍ତୁତି ପାଇଁ ଅନୁମତି ଦିଆଯିବ । ଧାନ ବୁଣା, ତଳିପକା ପାଇଁ ଭୂମି ପ୍ରସ୍ତୁତି, ଜଳସେଚନ ପାଇଁ ଅନୁମତି ଦିଆଯିବ। ସେହିପରି ଧାନଅମଳ ପାଇଁ କୌଣସି କଟକଣା ରହିବ ନାହିଁ । ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲା ରହିବ। ଗାଁରୁ ମଣ୍ଡି ଏବଂ ମଣ୍ଡିରୁ ଗାଁକୁ ଟ୍ରାକ୍ଟର ଚାଳିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ମାଛ, ମାଂସ, ଅଣ୍ଡା ଉତ୍ପାଦନ, ପରିବହନ ଓ ଯୋଗାଣ ପାଇଁ ଅନୁମତି ମିଳିବ । ରାସାୟନିକ ସାର ଓ ଶୀତଳଭଣ୍ଡାର କେନ୍ଦ୍ର ଗୁଡିକ ଖୋଲା ରହିବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସମିଟ୍‌ରେ କହିଛନ୍ତି।

ହେଲେ, ଏସବୁ ନିୟମ କିନ୍ତୁ ରାଜଧାନୀ ଭୁବନେଶ୍ୱର ପାଇଁ ଲାଗୁ ହେବ ନାହିଁ । ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ପଷ୍ଟ କରି କହିଛନ୍ତି ଯେ,  ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱର ସହରରୁ ବାହାରିଛନ୍ତି।  ସେଥିପାଇଁ ଭୁବନେଶ୍ୱର ସହର ପାଇଁ ନିୟମ କୋହଳ ହୋଇନାହିଁ ।

ସେହିପରି ଏଠି କୃଷି କାର୍ଯ୍ୟ ମଧ୍ୟ କରାଯାଯ। ତେଣୁ ଭୁବନେଶ୍ୱର ପାଇଁ ଅଲଗା ଗାଇଡ ଲାଇନ୍ ଜାରି କରାଯିବା ପାଇଁ ଚିନ୍ତା କରାଯାଉଥିବା ସେ ସୂଚନା ଦେଇଛନ୍ତି।

You might also like