ମାଟ୍ରିକ୍ ଛାତ୍ର ବୃତ୍ତିରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର: ଏସ୍‌ସି -ଏସ୍‌ଟି ପିଲାଙ୍କ ମାଟ୍ରିକ୍ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇଛି। SC/ST ଉନ୍ନୟନ ବିଭାଗର ଏ ସଂପର୍କିତ ପ୍ରସ୍ତାବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏ ସଂପର୍କିତ ଫାଇଲ୍‌କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ ପରେ ମିଳୁଥିବା ବୃତ୍ତି ରାଶିକୁ କମାଇବା ଦ୍ୱାରା ପିଲାମାନେ ନିରୁତ୍ସାହିତ ହେବେ ବୋଲି ଗତକାଲି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ

You might also like