କଂଗ୍ରେସ ଛାଡ଼ିବା ପ୍ରଶ୍ନ ଉଠୁନି- ନବ ଦାସ

ଭୁବନେଶ୍ୱର: କଂଗ୍ରେସ ଦଳ ଛାଡିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ଦଳ ଛାଡ଼ିବା କଳ୍ପନାଜଳ୍ପନାରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି କଂଗ୍ରେସ ଛାଡ଼ିବା ପ୍ରଶ୍ନ ଉଠୁନି। ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ନବ ଦାସ ଏହି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି , ‘ମୁଁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା କଥା ମିଡିଆରେ ଚର୍ଚ୍ଚା ହେଉଛି। ମୁଁ ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି। କଂଗ୍ରେସ ମୋତେ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇଛି। ଦଳ ତରଫରୁ ଦିଆଯାଇଥିବା ଦାୟିତ୍ୱ ନିଷ୍ଠାର ସହ ତୁଲାଉଛି’।

ତେଣୁ କଂଗ୍ରେସ ଦଳ ଛାଡ଼ି ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।

You might also like