ଭକ୍ତ ଦେଖିପାରିବେନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଏବର୍ଷ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ୍ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ବେଶ ନୀତି ନିର୍ଘଣ୍ଟ ହୋଇଛି।

ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଲମ ଆଦି ସାରି ଭୋର ୪ଟାରେ ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ। ଏହି ବେଶରେ ଠାକୁରମାନଙ୍କୁ ସଜେଇବାକୁ ପ୍ରାୟ ୩ ଘଣ୍ଟା ଲାଗିବ ଅର୍ଥାତ୍ ସକାଳ ୭ଟାରେ ବେଶ ଶେଷ ହେବ।

ଅପରାହ୍ନ ସାଢ଼େ ଗୋଟାଏରେ ଭୋଗମଣ୍ଡପ ଉଠିବା ପରେ ୨ଟାରେ ନାଗାର୍ଜ୍ଜୁନ ବେଶ ମଇଲମ କରାଯାଇ ଅପରାହ୍ନ ୩ଟାରେ ବେଶ ଶେଷ ହେବ।

ତେବେ କୋଭିଡ୍ କଟକଣା ପାଇଁ ଏହି ଦୁର୍ଲଭ ବେଶ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି। ସେପଟେ କାର୍ତ୍ତିକ ନୀତି ସହ ୧୬ରୁ ୩୦ ତାରିଖର ମଧ୍ୟରେ ବିଭିନ୍ନ ବେଶ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ କରାଯାଇଛି।

You might also like