‘୩ ମାସ ଯାଏ ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ’

ଭୁବନେଶ୍ୱର : ଆସନ୍ତା ୩ ମାସ ଯାଏ ରାଜ୍ୟରେ ଯାନବାହନଗୁଡ଼ିକର ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦୋହରାଇଛନ୍ତି। ଅକ୍ଟୋବର ପହିଲାରୁ ଅନଲାଇନ୍‌ରେ ପଲ୍ୟୁସନ୍‌ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ।

ନୂଆ ଟ୍ରାଫିକ ଆଇନକୁ ତରବରିଆ ଭାବେ ଲାଗୁ କରି ରାଜ୍ୟ ସରକାର ସବୁ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଏଥିନିମନ୍ତେ ବିରୋଧୀଙ୍କ ସମେତ ସାଧାରଣ ଲୋକେ ବି ସରକାରଙ୍କୁ ଘେରିଥିଲେ। ନୂଆ କେନ୍ଦ୍ରୀୟ ଆଇନ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡ଼ିବା ଆବଶ୍ୟକ ଥିଲା ବୋଲି  ଅନ୍ୟ ରାଜନୈତିକ ଦଳ କହିଥିଲେ।  ଏହା ସହିତ ମାତ୍ରାଧିକ ଜୋରିମାନା ଆଦାୟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ଏହା ପରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିରୁ ଓହରି କୋହଳ ମନୋଭାବ ପୋଷଣ କରିଥିଲେ। ଯାନବାହନର କାଗଜପତ୍ର ସଜାଡ଼ିବାକୁ ଲୋକଙ୍କୁ ୩ ମାସ ସମୟ ଦେଇଥିଲେ।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like