ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା
ପରିବେଶବିତ୍ଙ୍କ ଚିନ୍ତା ପ୍ରକଟ
ବାଲେଶ୍ୱର : ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା ବା ଅଶ୍ୱଖୁରାକୃତ୍ତି କଙ୍କଡା। ବାଲେଶ୍ୱରର ସମୁଦ୍ର ବେଳାଭୂମି ଓ ଖଣ୍ଡିଅା ନଦୀ ମୁହାଣରେ ଦେଖିବାକୁ ମିଳୁଥିବା ଏହି ବିରଳ ନୀଳରକ୍ତ କଙ୍କଡା ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଏହାର ପ୍ରମୁଖ କାରଣ ସଚେତନତାର ଅଭାବ ସହ ସମୁଦ୍ର ବେଳାଭୂମିର ପରିବର୍ତ୍ତନ ଏବଂ ମାଛମରା ଟ୍ରଲର ।
ଏହାବାଦ୍ ମାଛମରା ଜାଲରେ ପଡି ପ୍ରତ୍ୟେକ ଦିନ ଅନେକ କଙ୍କଡା ମରି ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍। ମୁହାଣରୁ ଟ୍ରଲର ଗୁଡିକ ହଟାଇବା ସହ ଫେନସିଂ ଅବା କଭରେଜ ବାଉଣ୍ଡରୀ କରାଯାଇ ପାରିଲେ କଙ୍କଡାଙ୍କ ବଂଶ ବୃଦ୍ଧି ହୋଇପାରନ୍ତା ବୋଲି ମତ ଦେଇଛନ୍ତି ଗବେଷକ।
ତେବେ ଏହା କେବଳ ବିରଳ ଅବା ଜୀବନ ରକ୍ଷାକାରୀ ତାହା ନୁହେଁ, ବରଂ ମହାକାଶରେ ଜୀବ ସତ୍ତା ନେଇ ମଧ୍ୟ ସୂଚନା ଦେଇଥାଏ ଏହି ନୀଳରକ୍ତ କଙ୍କଡ଼ା। ହେଲେ ଗତ ୧୦ ବର୍ଷ ଭିତରେ ଏହାର ବଂଶ ବହୁମାତ୍ରାରେ କମିବା ଏକ ଚିନ୍ତାଜନକ ବିଷୟ ହୋଇଛି ।
ସେପଟେ ନୀଳରକ୍ତ କଙ୍କଡାଙ୍କ ସଂଖ୍ୟା କମିବା କଥାକୁ ସ୍ୱୀକାର କରିବା ସହ ଏ ନେଇ ସଚେତନତାକୁ ଅାହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ବାଲେଶ୍ୱର ଡିଏଫଓ।