• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ: ଆସୁଛି ସ୍ନାନଯାତ୍ରା। ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ବସିଛନ୍ତି। ହେଲେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତି ଭକ୍ତଙ୍କୁ ହତାଶ କରିଛି। ସ୍ନାନଯାତ୍ରାରେ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ଭକ୍ତମାନଙ୍କୁ ସିଧାସଳଖ ଦର୍ଶନର ସୁବିଧା ମିଳିବ ନାହିଁ।  ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ।  ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏପରି ସୂଚନା ଦେଇଛନ୍ତି ଗଜପତି ମହାରାଜା।

ଆଜି ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଗଜପତି ମହାରାଜା କହିଛନ୍ତି, ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ସୁଯୋଗ ଦେବା ଅନୁଚିତ । ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହେବ । କିନ୍ତୁ ଯାତ୍ରୀ ଓ ଭକ୍ତଙ୍କ ବିନା ଅନୁପସ୍ଥିତିରେ ରଥଯାତ୍ରା ହେବ । କେବଳ ସମ୍ପୃକ୍ତ ଅଧିକାରୀ, ପୋଲିସ ଓ ସେବାୟତ ଉପସ୍ଥିତିରେ ହୋଇପାରିବ । ବିନା ଭକ୍ତରେ ରଥଯାତ୍ରା ହୋଇପାରିବ। ପରିଚାଳନା କମିଟି ସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛି। ତେବେ  ଚୂଡ଼ାନ୍ତି ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ଗଜପତି।

ସେହିପରି ସ୍ନାନଯାତ୍ରା ପ୍ରସଙ୍ଗରେ ସୂଚନା ଦେଇ ଗଜପତି କହିଥିଲେ, ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ସିଧାପ୍ରସାରଣ ହେବ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସାହାଣମେଲା ଦର୍ଶନ ବନ୍ଦ ରହିବ। ଭକ୍ତ ଘରେ ବସି ଏହାକୁ ଦେଖିପାରିବେ। ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିରକୁ ଏବେ ଖୋଲା ଯାଇପାରିବ ନାହିଁ । କରୋନା କଟକଣା ଯୋଗୁଁ ମନ୍ଦିର ଖୋଲାଯାଇ ପାରିବନି। ଶ୍ରୀମନ୍ଦିର ଖୋଲିଲେ ଭିଡ଼ ନିୟନ୍ତ୍ରଣ କରିହେବନି ବୋଲି ଗଜପତି ମହାରାଜା କହିଛନ୍ତି।

No-people-allowed-to-srimandira-in-snana-yatra
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories