ଭୁବନେଶ୍ୱର ଓ ଜଗତସିଂହପୁରରେ ରାତି ହେଲେ ବାହାରିବା ମନା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦୃଷ୍ଟିରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନରଙ୍କ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି।

ସେହିପରି ଜଗତସିଂହପୁର ଜିଲ୍ଲାରେ ରାତିରେ ଲାଗିବ କର୍ଫ୍ୟୁ। ଗ୍ରୀନ୍ ଜୋନ ଥିବା ସତ୍ତ୍ୱେ ଜିଲ୍ଲାରେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ରହିବ। ଦେଶରେ ଲକ୍ ଡାଉନ୍ ଅବଧି ଶେଷ ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ସୂଚନା ଦେଇଛନ୍ତି।  ଲକଡାଉନ୍-୩ ଗାଇଡଲାଇନ ଅନୁସାରେ ରାତି ବେଳେ ଯାଆସ ମନା ରହିଛି।

ଜଗତସିଂହପୁର ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ଲୋକେ ରାତିରେ ବୁଲି ପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ସେହି ଦୃଷ୍ଟିରୁ ସଂଧ୍ୟା ୭ରୁ ସକାଳ ୭ଟା ଯାଏ କର୍ଫ୍ୟୁ କରାଯାଇଛି ବୋଲି ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like